-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
(ଡୋଲେଶ୍ୱର ବାଗ )
ବୋଡ଼େନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ଓ ଏସ୍ ପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ବ୍ୟବସ୍ଥା ସାଙ୍ଗକୁ ଅଭିଯୋଗ ବେଳେ ମଧ୍ୟ ବସି ନିଜ ଆପତ୍ତି ଅଭିଯୋଗ ସୁବିଧା ଯୋଗାଇଥିଲେ। ଆଜି ଶିବିରରେ ମୋଟ ୧୧୯ ଟି ଅଭିଯୋଗ ଆସୁଥିବା ବେଳେ ସେଥମଧ୍ୟରୁ ୧୦୬ ଗୋଟି ବ୍ୟକ୍ତିଗତ ଓ ୧୩ ଗୋଟି ଗୋଷ୍ଠିଗତ ଅଭିଯୋଗ ଶୁଣାଣି କରିଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ରାଘବେନ୍ଦ୍ର ରେଡ୍ଡୀ, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ପ୍ରେମଶିଳା ନାଗ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ lବିଡ଼ିଓ ପ୍ରିୟରଞ୍ଜନ କୁମାର, ତହସିଲଦାର ସରିତା ଗୁପ୍ତା ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।