-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
(ନିରଞ୍ଜନ ତ୍ରିପାଠୀ )
ଚାଷୀଙ୍କ ସାମ୍ନାରେ ଡେମୋଷ୍ଟେସନ କରିବା ଆବଶ୍ୟକତା ରହିଛି ଉପଯୁକ୍ତ ବିକ୍ରୀ ଧାନକୁ କୁହାଯାଇଥାଏଏଫଏକ୍ୟୁ।ଏହାର ଅର୍ଥ ୧ କ୍ୟୁଣ୍ଟଲ ଧାନ ଜୈବିକ ୧%, ଅଜୈବିକ ୧%, ଖରାପ ପାଣିଫୁଲା ୪ %, ଅପରିପକ୍ୱ ୩% ଏବଂ ଆଦ୍ରତା ୧୭% କମ ଥିଲେ ବିକ୍ରି ଉପଯୁକ୍ତ ଧାନ ଅଟେ। ଓଡିଶା ରେ ୨୦୦୦ ପୂର୍ବରୁ ଲେଭି ମାଧ୍ୟମରେ ସରକାର ମାନେ ଆବଶ୍ୟକ ମୁତାବକ ଧାନ ସଂଗ୍ରହ କରୁଥିଲେ। ହଠାତ ଧାନ ର ଅଭାବୀ ବିକ୍ରି ହେଲା ଫଳରେ ଚାଷୀ ସଙ୍ଗଠନ ମାନେ ଆନ୍ଦୋଳନ କଲେ ପରେ ହାଇକୋର୍ଟ ରେ କେଶ ମଧ୍ୟ ହେଲା। ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାର ମାନଙ୍କୁ ମିଳିତ ଭାବରେ ଧାନ ସଂଗ୍ରହ କରିବେ ସେଥିପାଇଁ ଗୋଟିଏ ମାର୍ଗ ନିର୍ଦ୍ଦେଶିକା ତିଆରୀ କରିବା କୁ ନିର୍ଦ୍ଦେଶ ଦେଲେ। ସେବେଠୁ ଓଡିଶାରେ କଷ୍ଟମ ମିଲିଙ୍ଗ ସିଷ୍ଟମ କାର୍ଯ୍ୟକାରୀ ହେଉଅଛି। କଷ୍ଟମ ମିଲିଙ୍ଗ ସିଷ୍ଟମ ମାନେ ମଣ୍ଡି ଜରିଆରେ ଧାନ ସଂଗ୍ରହ ହେବ। ପ୍ରଥମେ କୃଷକ ଚାଷ କରିଥିବା ଜମି ଧାନ ବିକ୍ରି ପାଇଁ ଧର୍ଯ୍ୟ ତାରିଖ ରେ ଜମି ପଞ୍ଜିକରଣ କରିବ। ପଞ୍ଜିକୃତ ଚାଷୀ ଧାନ ଅମଳ ହେଲା ପରେ ସଫା ସୁତୁରା ଏବଂ ଶୁଖିଲା ଧାନ ମଣ୍ଡିକୁ ଆଣିବ। ମଣ୍ଡିରେ କ୍ୱାଲିଟି ପରୀକ୍ଷା ହେବ ଏବଂ ସେଠାରୁ ଚାଷୀଙ୍କ ଧାନ ସ୍ୱକୃତି ପ୍ରାପ୍ତ ସଂସ୍ଥା ଧାନ କିଣି ମିଲ କୁ ଚାଉଳ ପାଇଁ ପଠାଇବେ। ରାଇସ ମିଲର ଏକ କ୍ୟୁଣ୍ଟାଲ ଧାନ ରୁ ଅରୁଆ ଚାଉଳ ୬୭ କିଲୋ ଏବଂ ଉଷୁନା ଚାଉଳ ୬୮ କିଲୋ ସରକାରଙ୍କୁ ଫେରସ୍ତ କରିବେ ଏହି ହେଉଛି ନିୟମ। ହେଲେ ପ୍ରକୃତରେ ତାହା ଦେଖିବାକୁ ମିଳେ ନାହିଁ ଏଠାରେ ନାମକୁ ମାତ୍ର ସଂସ୍ଥା ମାନେ ଅଛନ୍ତି। ସବୁ ମିଲ ହେଡ଼ ରେ ନିଦ୍ଧାରିତ ହୁଏ। ମିଲର ମାନେ ପ୍ରତେକ ମଣ୍ଡିରେ ଗୋଟିଏ ଲେଖା ଏଜେଣ୍ଡ ରଖିଥାନ୍ତି ସେମାନଙ୍କ ହିସାବରେ ଚଳେ ମଣ୍ଡି। ଏଫଏକ୍ୟୁ ର ମାନେ ପ୍ରତ୍ୟେକ ଧାନ କ୍ୟୁଣ୍ଟାଲ ରେ ୨/୪ କିଲୋ ଅଧିକ ଦେଲେ ତାହା ଯୋଗ୍ୟ ହୋଇଯାଏ ଯଦି କୌଣସି ଚାଷୀ ଭଲଧାନ ଆଣେ ଏବଂ ୨/୪ କିଲୋ କଟନୀ ଛଟନୀ ନ ଦିଏ ତାହାହେଲେ ସେହି ଧାନ ଅଯୋଗ୍ୟ ହୋଇଯାଏ ଏବଂ ସେହି ଚାଷୀଙ୍କୁ ହଇରାଣ ହରାଯାଏ। ଏଣୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି ତାହାର ଇସ୍ତାହାରରେ କଟନୀ ଛଟନୀ ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିଲା। ହେଲେ ଏବେ ମନ୍ତ୍ରୀ କହନ୍ତି ଅଟୋମେଟିକ ଗ୍ରାନ ଅନାଳାଇଜର ମେସିନ ଜରିଆରେ ଧାନର ଗୁଣାତ୍ମକ ମାନ ନିର୍ଣ୍ଣୟ କରାଯିବ। ଯେଉଁ ଧାନ ଏଫଏକ୍ୟୁ ଷ୍ଟାଣ୍ଡାର୍ଡ ହେବ ସେଥିରେ କଟନୀ ଛଟନୀ ହୋଇ ପାରିବ ନାହିଁ। ଏଣୁ ଚାଷୀ ମାନଙ୍କ ମଧ୍ୟରେ ଏହି ନୁଆଁ ବ୍ୟବସ୍ଥା ପ୍ରତି ଅନେକ ସନ୍ଦେହ ହେଉଛି। ସେଥିପାଇଁ ସଂଯୁକ୍ତ କୃଷକ ସଂଗଠନ ଦାବୀ କରୁଛି ଯେ ମଣ୍ଡି ଖୋଲିବା ଆଗରୁ କ୍ୱାଲିଟି ମେସିନର ପ୍ରଯୋଗ ପ୍ରସଙ୍ଗରେ ସରକାର ଏବଂ ପ୍ରଶାସନ ଚାଷୀଙ୍କ ବିଶ୍ୱାସ ଭାଜନ ହେଉ ନ ହେଲେ ସେହି କ୍ୱାଲିଟି ନାଁ ମେସିନ ଜରିଆରେ ଚାଷୀ ମାନେ ପୂଣି ଶୋଷିତ ଲୁଣ୍ଠିତ ହେବାର ଯଥେଷ୍ଟ ସମ୍ଭବନା କୁ ଏଡାଇ ଦିଆଯାଇ ନପାରେ