-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ବୋଇରଗାଁ ଗ୍ରାମ ପଞ୍ଚାୟତ ରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବ ରେ ପ୍ରବାସୀ ଶ୍ରମିକ ନିରାକରଣ ଏବଂ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଗଠନ ନେଇ ସଙ୍କଳ୍ପ ନେଇଥିଲେ। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିଲେ। ଶ୍ରମିକଙ୍କ ପାଇଁ ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ। ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯାଇ ନିଜେ କର୍ମ ସଂସ୍ଥା ନିଜ ଗ୍ରାମ ରେ ଖୋଜି ସ୍ବାବଲମ୍ବୀ ହେବାକୁ ଜିଲ୍ଲାପାଳ ଉଦବୋଧନ ଦେଇଥିଲେ।