-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ସୋନପୁର: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପହଣ୍ଡି ସ୍ଥିତ କାଶୀନାଥ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଉଦଘାଟିତ ହୋଇଯାଇଛି l ସୋନପୁର ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ସଚିବ ଉମାକାନ୍ତ ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ରେଡକ୍ରସ ଉଦଘାଟନ କରିଥିଲେ l ବରଗଡ଼ ଜିଲ୍ଲା ର ଯୁବ ରେଡ଼କ୍ରସ ସଂଯୋଜକ ପରମାନନ୍ଦ ରଥ, କାଦୋଦର ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ଉଦ୍ଧବ ପଧାନ, କାଶୀନାଥ ମହାବିଦ୍ୟାଳୟ ଉପଦେଷ୍ଟା ମଣ୍ଡଳୀ ସଭ୍ୟ ବିହାରୀ ସିଂ, ଶୋଭାକର ପଧାନ, ନେତ୍ରାନନ୍ଦ ବାଗ, ଗତିକୃଷ୍ଣ ପଧାନ, ଶିବଶଙ୍କର ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ l ଅଧ୍ୟାପିକା ଚନ୍ଦ୍ରମା ବିଶ୍ଵାଳ
ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କଲେଜ ଅଧ୍ଯକ୍ଷା ସାଇସ୍ମିତା ବରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ପ୍ରେମାନନ୍ଦ ପଟେଲ, ବିହାରୀ ସିଂ, ଶୋଭାକର ପଧାନ ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ l ସମାଜରେ ଯୁବକ ମାନଙ୍କର
ଭୂମିକା ଗୁରୁତ୍ବପୂର୍ଣ ଏବଂ ସେମାନଙ୍କ ଦ୍ୱାରା ସମାଜର ପରିବର୍ତ୍ତନ ଓ ବିକାଶ ସମ୍ଭବ ବୋଲି ମଞ୍ଚାସୀନ ଅତିଥି
ମତବ୍ୟକ୍ତ କରିଥିଲେ l ଛାତ୍ରୀ ଜାନକୀ, ମାନସୀ, କ୍ରିଷ୍ଣା, ଉର୍ମିଳା, ପୂଜା ସ୍ବାଗତ ସଂଗୀତ ଗାନ କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନ ମ୍ୟାଜିକ ପ୍ରଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସମାଜ ରୁ ଅନ୍ଧବିଶ୍ୱାସ ଓ କୁ ସଂସ୍କାର ଠାରୁ ଦୂରେଇ ରହିବା ପାଇଁ ସଚେତନ କରିଥିଲେ l ଶେଷରେ ଅଧ୍ୟାପକ ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l