-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ଗ୍ରାମ ପଞ୍ଚାୟତ ର ଏସ ଏଚ ଜି ମହିଳା ମାନେ ଏକତ୍ରିତ ହୋଇ ବିଭିନ୍ନ ଜାଗାରେ ହେଉଥିବା ମଦବିକ୍ରି କୁ ବନ୍ଦ୍ କରିବା ପାଇଁ ଆଲୋଚନା କରିଥିଲେ l ତା ପରେ ଗ୍ରାମରେ ଥିବା ଏକ ଢ଼ାବା କୁ ଯାଇ ଢ଼ାବା ମାଲିକ କୁ ମଦବିକ୍ରି ବନ୍ଦ୍ କରିବା ପାଇଁ ଅନୁରୋଧ କରିଥିଲେ l ଉକ୍ତ ଢ଼ାବା ମାଲିକ ମଧ୍ୟ ମହିଳା ମାନଙ୍କ କଥାକୁ ଗୁରୁତ୍ଵ ଦେଇ ମଦ ବିକ୍ରି ବନ୍ଦ୍ କରି ଦେଇଛନ୍ତି l ପରେ ପାଖରେ ଥିବା ରେଙ୍ଗାଲି ଗ୍ରାମକୁ ଯାଇ ସେଠାରେ ଥିବା ଢ଼ାବା ମାଲିକ କୁ ମଧ୍ୟ ଅନୁରୋଧ କରିଥିଲେ ବନ୍ଦ କରିବା ପାଇଁ କିନ୍ତୁ ରେଙ୍ଗାଲି ଗ୍ରାମ ରେ ହେଉଥିବା ମଦ ବିକ୍ରି ବନ୍ଦ୍ ହୋଇନଥିଲା l ବାରମ୍ବାର ଅନୁରୋଧ କଲାପରେ ମଧ୍ୟ ଢ଼ାବା ମାଲିକ ନ ଶୁଣିବାରୁ ଆଜି ସାହସ୍ରାଧିକ ମହିଳା ମାନେ ଏକତ୍ରିତ ହୋଇ ଢ଼ାବା କୁ ଯାଇଥିଲେ l ସେଠାରେ ବାଧ୍ୟ ହୋଇ ଢ଼ାବା ରେ ଥିବା କିଛି ମଦ ପାଉଚ ଓ ଏକ କପ୍ ସିରପ ବୋତଲ କୁ ଜବତ କରିଥିବା ଜାଣିବାକୁ ମିଳିଛି l ଜବତ କରିଥିବା ଦେଶୀ ମଦ ପାଉଚ୍ 150 ଟି ଥିବାବେଳେ ଏକ କପ୍ ସିରପ୍ ବୋତଲ ଜବତ କରିଛନ୍ତି l ସାଙ୍ଗେ ସାଙ୍ଗେ ଆଗଲପୁର ପୋଲିସ ଖବର ପାଇ ଜବତ କରିଥିବା ମଦ ଓ କପ୍ ସିରପ ବୋତଲ କୁ ଥାନା କୁ ନେଇଛନ୍ତି l ଗ୍ରାମରେ ଥିବା ଛୋଟ ଛୋଟ ସ୍କୁଲ ପିଲା ମଦ ପିଉଥିବାର ଦେଖି ମା ମାନେ ଏହି ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି l ତା ସହିତ ବିଭିନ୍ନ ବର୍ଗ ର ଲୋକମାନେ ମଧ୍ୟ ମଦ ପିଇବା ଦ୍ଵାରା ଘରେ ଅଶାନ୍ତି ଲାଗି ରହୁଥିବା ଏସ ଏଚ ଜି ମହିଳା ମାନେ ସୂଚନା ଦେଇଛନ୍ତି l ଛୋଟ ଛୋଟ ସ୍କୁଲ ପିଲା ମାନେ ମଦ ପିଇବା ଦ୍ଵାରା ତାଙ୍କର ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ମା ମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଏହାସହ କେମିତି ପଞ୍ଚାୟତ ରେ ମଦବିକ୍ରି ବନ୍ଦ୍ ହୋଇ ପାରିବ ସେ ବିଷୟରେ ଗୁରୁତ୍ଵ ଦେବାକୁ ପୋଲିସ ଓ ଅବକାରୀ ବିଭାଗ କୁ ଅନୁରୋଧ କରିଛନ୍ତି l