-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ପାଟଣାଗଡ଼ (ପୂର୍ଣ୍ଣଶଶୀ ରେଖା ରାୟ )
ରାଜାଙ୍କ ଶାସନ କାଳରେ ରାଜା, ଜମିଦାର, ବହିଦାର, ଓମରା,ଗୌନ୍ତିଆ ଓ ଅନ୍ୟାନ୍ୟ ରାଜ କର୍ମଚାରୀ ଙ୍କ ଦବ୍ ଦବା ରହୁଥିବା ବେଳେ ସେମାନେ ମଧ୍ୟ ଅନେକ ମହାନ୍ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। କିନ୍ତୁ ସ୍ବାଧୀନ ଭାରତରେ ସେମାନଙ୍କ ଦବଦବା ନଥିଲେ ମଧ୍ୟ କିଛି ସ୍ଥାନରେ ରାଜା, ଜମିଦାର, ବହିଦାର, ଗୌନ୍ତିଆ ମାନେ କିଛି ମହାନ୍ କାର୍ଯ୍ୟ କରି ସୁନାମ ଅର୍ଜନ କରୁଛନ୍ତି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଘାଗୁର୍ଲି ଗ୍ରାମ ପଞ୍ଚାୟତ ଜାମଯୁରୀ ଗାଁ ରେ ଛୁଆ ମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ନିର୍ମାଣ କରିବା ସକାଶେ ଉକ୍ତ ଗ୍ରାମର ଗୌନ୍ତିଆ ପରିବାର ୧୩ ଡିସିମିଲ ଭୂମି ଦାନ କରି ଚର୍ଚ୍ଚାରେ ରହିଛନ୍ତି। ଆଜି ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଥିବାରୁ ଭୂଦାନ କରିଥିବା ଜାମଜୁରୀ ଗାଁ ଗୌନ୍ତିଆ ପୁରନ୍ଦର ସାହୁ ଭାଇ ନୁରନ ସାହୁ ଙ୍କୁ ନିମନ୍ତ୍ରଣ କରି ମଞ୍ଚରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର,ଏବିଇଓ ଚତୁର୍ଭୁଜ ମିର୍ଦ୍ଧା,ଏବିଇଓ ଜଗବନ୍ଧୁ ମାଝି,ଏବିଇଓ ରଘୁନାଥ ମହରା ଉପସ୍ଥିତ ରହି ମୁଖ୍ୟ ଅତିଥି ତହସିଲଦାର ଜ୍ଞାନ ରଞ୍ଜନ ମାଝୀ ଙ୍କ କର କମଳରେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି। ଗୌନ୍ତିଆ ପରିବାର ର ଏଭଳି ମାନବିକତା ପାଇଁ ସମଗ୍ର ଶିକ୍ଷା ବିଭାଗ ପ୍ରଶଂସା କରୁଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଖୁବ ପ୍ରଶଂସା କରୁଥିବା ଜଣାପଡ଼ିଛି।ଜାମଜୁରୀ ଗାଁ ପ୍ରାଥମିକ ବିଦ୍ୟାଳୟ ର ସଭାପତି ନାରା ସାହୁ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଯୁବରାଜ ବିଭାର ଙ୍କ ଆକର୍ଷଣ ରେ ଆକର୍ଷିତ ହୋଇ ଗୌନ୍ତିଆ ପରିବାର ଭୂଦାନ କରିଥିବା ବେଳେ ସଭାପତି ଓ ପ୍ରଧାନଶିକ୍ଷକ ଙ୍କୁ ମଧ୍ୟ ଶିକ୍ଷା ବିଭାଗ ପ୍ରଶଂସା କରୁଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛନ୍ତି।