-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ପାଟଣାଗଡ଼ (ପୂର୍ଣ୍ଣଶଶୀ ରେଖା ରାଓ ) ବଲାଙ୍ଗିର ଜିଲ୍ଲା ବେଲପଡା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ (ଶିଶୁ ମହୋତ୍ସବ)ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ତହସିଲଦାର ଜ୍ଞାନ ରଞ୍ଜନ ମାଝୀ ଯୋଗଦେଇ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଚତୁର୍ଭୁଜ ମିର୍ଦ୍ଧା, ଏବିଇଓ ଜଗବନ୍ଧୁ ମାଝି ,ଏବିଇଓ ରଘୁନାଥ ମହରା ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଥିଲେ। ସମସ୍ତ ବର୍ଗର ଡ୍ରଇଂ, ରଚନା,କ୍ୟୁଚ, ଶିଳ୍ପକଳା, ବକୃତା, ସଙ୍ଗୀତ,ସ୍ମୃତ, ଲିଖନ, ବିତର୍କ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ହୋଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ ଅତିଥି ଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ବେଲପଡା ବ୍ଳକ ର ସି, ଆର, ସି, ସି ନରେଶ ସେଠ,ଭୋଲେଶ୍ବର ତାଣ୍ଡି,ବି.ପି ସିଂ ନାଏକ, ଚିନ୍ତାମଣି ପାଢ଼ୀ, ମନୋରଞ୍ଜନ ମିଶ୍ର ଓ ଅନ୍ୟାନ୍ୟ ସି ଆର ସି ସି ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ମାନଙ୍କ ଦ୍ଵାରା ସମାପନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର କର୍ମଚାରୀ ସୋନୁରାମ ବେହେରା, କୃଷ୍ଣଚନ୍ଦ୍ର ସାହୁ, ରୁଦ୍ର କିଶୋର ମେହେର, ସବ୍ୟସାଚୀ ମିଶ୍ର, ସଞ୍ଜୟ ଯୋଶୀ, ଦେବାଶିଷ ଗଡତ୍ୟା,ସ୍ବର୍ଣ୍ଣଲତା ସାମଲ, ପଲ୍ଲବୀ ତରିଆ ଆଦ୍ୟ ରୁ ପ୍ରାନ୍ତ ଯାଏଁ ସହଯୋଗ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସି, ଆର୍,ସି,ସି, ଭୋଲଲେଶ୍ବର ତାଣ୍ଡି ଦାୟିତ୍ଵ ତୁଲାଇଥିଲେ।ପରିଶେଷରେ ଏବିଇଓ ଜଗବନ୍ଧୁ ମାଝି ଧନ୍ୟବାଦ ଅର୍ପଣ କରି କାର୍ଯ୍ୟ ସମ୍ପନ୍ନ କରିଛନ୍ତି।