-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
21-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ପ୍ରତିବର୍ଷ ଭଳି ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଆମ୍ବେଦକର ଯୁବକ ସଂଘର ଆୟୋଜନ କ୍ରମେ ୧୨ ତମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଗୋପବନ୍ଧୁ ଶିକାଙ୍କ ଦ୍ଵାରା ରବିବାର ଦିନ ପରିଚାଳିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଆଦର୍ଶ ଥାନା ଅଧିକାରୀ ମମତା ନାଏକ, ଆମ୍ବେଦକର ଚେରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଡକ୍ଟର ଗୁଣମଣୀ ସୁନାମୀ, ଶିଶୁ ବିକାଶ ଅଧିକାରୀ ଗୋଲି ରାଉତ, ଅଧ୍ଯାପକ କୈତୁକ ପନ୍ଦର, ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ଅଶୋକ ବହିଦାର, ନିହାଲ ସିଂ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗ ରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ , ସମାଜ ସଂସ୍କାରକ, ସାହିତ୍ୟକ, ଛାତ୍ର ଛାତ୍ରୀ, ସେବା କ୍ଷେତ୍ରରେ ଅବଦାନ ଥିବା ବ୍ଯକ୍ତି ବିଶେଷ ଓ ବିଭିନ୍ନ ପ୍ରତିଭା ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା।
ସମର୍ଦ୍ଧିତ ପ୍ରତିଭାଙ୍କ ମଧ୍ୟରେ ସୁଦାମ ଭୋଇ - ସମ୍ବାଦିକ ତଥା କେମେରା ମ୍ୟାନ,କୁଞ୍ଜ ବିହାରୀ ପଧାନ - ସ୍ୱାସ୍ଥ୍ୟ କ୍ଷେତ୍ରରେ,ସମାରୁ ମହାନନ୍ଦ- ଭିନ୍ନକ୍ଷମ ଘୁଡକା ବାଦକ କଳାକାର ,ଜଳନ୍ଧର ପଟେଲ ସମଳାଇ ପଦର ବୃଦ୍ଧାଶ୍ରମ,ମୋହିତ କୁମାର ତାଣ୍ଡି - ନବୋଦୟ ଛାତ୍ର,ସୋମ୍ୟକାନ୍ତ କୁମ୍ଭାର ନବୋଦୟ ଛାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ସହ ସମ୍ମାନ ପ୍ରଦାନ କରାଯାଇଛି।
ଏଇ ନିଆରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଦ୍ମପୁର ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ସମିତି ସହଯୋଗ କରିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓଡିଶୀ, ଛଉ, ପାଇକ ଆଖଡା, ଗୋଡ଼ ମେକର, ପୁଇଁତଳା ଫୋକ ଡ୍ୟାନ୍ସ ତଥା ଭେଡେନ ସିଙ୍ଗନପାଲିର ଫୋକ ଡ୍ୟାନ୍ସ ତଥା ଅନ୍ୟାନ୍ୟ ଆଞ୍ଚଳିକ ସାଂସ୍କୃତିକ ଦଳ ଗୁଡିକ ରଙ୍ଗା ରଙ୍ଗ ସାଂସ୍କୃତିକ ଦଳ ଗୁଡିକ ଦର୍ଶକମାନଙ୍କ ମନ ମୋହି ନେଇଥିଲେ । ସୋନାଲୀକା ଶବର ଓ ଦୀପକ ଦାଶ ମଞ୍ଚ ପରିଚାଳନା କରିଥିଲେ। ଆମ୍ବେଦକର ଯୁବକ ସଂଘର ସମ୍ପାଦକ ରଜନୀ ସୁନା ଙ୍କ ସମେତ ରମେଶ ଗୁର୍ଲ୍ଲା, ବିଶ୍ୱାମିତ୍ର,ଦୀନବନ୍ଧୁ, ଅଞ୍ଜଳୀ, ବିକ୍ରମ, ରଙ୍ଗାଧର, ଶଶୀ, ରମେଶ, ନାରତ, ସୁରଜ, ରାଜେଶ, ତ୍ରିଲୋଚନ, ଉମେଶ, ସନ୍ତୋଷ, ଚୁନୁ, ମୁକେଶ, ବଣ୍ଟି, ମହେନ୍ଦ୍ର, ରାହୁଲ କରୁଣା, ଦୁଃଶାସନ ନାରାୟନ ହିମାଞ୍ଚଳ,ଅଜୁ, ବିରେନ ସମସ୍ତ ପ୍ରକାରର ସହଯୋଗ କରିଥିଲେ