-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ବାରିପଦା (ପ୍ରେରଣା ଖବର): ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ ପାଖାପାଖି ବାରିପଦା ଲକ୍ଷ୍ମୀପୋଷିସ୍ଥିତ ପଞ୍ଚମ ବାଟାଲିୟନ ନିକଟରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ ଅପ୍ ଭ୍ୟାନ ରାସ୍ତାପାଶ୍ୱର୍ରେ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ଗାଡ଼ି ନିକଟରେ କୌଣସି ବ୍ୟକ୍ତିଙ୍କୁ ଦଖେିବାକୁ ମିଳି ନ ଥିଲା । ଖବର ପାଇ ଲକ୍ଷ୍ମୀପୋଷି ଫାଣ୍ଡି ପୁଲିସ ଗାଡ଼ିକୁ ଜବତ କରିଥିବାର ଜଣାପଡ଼ିଛି । ତେବେ ଗାଡ଼ିର ମାଲିକ ବାରିପଦା ଜଣେ ଜଣାଶୁଣା ଫର୍ଣ୍ଣିଚର୍ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତେବେ କାଠ ବୋଝେଇ କରି ଗାଡ଼ି କୁଆଡ଼େ ଯାଉଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନ ଥିବା ବେଳେ ପିକ୍ ଅପ୍ ଭ୍ୟାନଟି ଉକ୍ତ ରାସ୍ତାରେ ଆସୁଥିବା ବେଳେ ପଞ୍ଚମ ବାଟାଲିୟନର ଗାଡ଼ିକୁ ଧକ୍କାଦେଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିବା ଜଣାପଡ଼ିଛି ।