-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାରେ ୩୯ ତମ ମାଁ ଗଜଲକ୍ଷ୍ମୀ ପୂଜା ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ନୁହହାଡ ଠାରେ ଆଜି ଆରମ୍ଭ ହୋଇଯାଇଛି। ପୂର୍ବଦିନ ସ୍ଥାନୀୟ ଲାନ୍ଥନଦୀ ଠାରୁ କଳସ ଯାତ୍ରା ହୋଇଥିବା ଆଜି ସକାଳେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ର ଶୁଭାରମ୍ଭ ହୋଇଛି। ଆଜି ପ୍ରଥମ ଦିବସରେ ସାମାନ୍ୟ ଭିଡ଼ ଜମିଥିବା ବେଳେ ମନୋରଞ୍ଜନ ପାଇଁ ପୁରୁଷ ଦଣ୍ଡନୃତ୍ୟ ଓ ଲକ୍ଷ୍ମୀସ୍ବାଙ୍ଗ ନାଟକ ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ ରୁଣୁଝୁଣୁ କଳା ପରିଷଦ ବଲାଙ୍ଗିର ର କାର୍ଯ୍ୟକ୍ରମ ରହିଥିବାବେଳେ ବିଶେଷ ଆକର୍ଷଣ ରେ ମୀନା ବଜାର ରହିଛି। ଯାତ୍ରାଟି ୧୭.୧୦.୨୪ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ପାଞ୍ଚଦିନ ଯାଏଁ ହେବ ବୋଲି ଜଣାପଡିଛି। ଆସନ୍ତାକାଲି ଠାରୁ ମନୋରଞ୍ଜନ ପାଇଁ ପାର୍ବତୀ ଗଣନାଟ୍ୟ ହେବାକୁ ଯାଉଥିବା ବେଳେ ସନ୍ଧ୍ୟାରେ ବେନାର ମୁହୁରିଆ (ହାତୀସରା)ଓ ରାତିରେ ମହିଳା ଦଣ୍ଡନୃତ୍ୟ ଓ ପୁରୁଷ ଦଣ୍ଡନୃତ୍ୟ ରହିଛି। ତୃତୀୟ ଦିବସ ସନ୍ଧ୍ୟାରେ ଡ୍ୟୁଲକ ଅର୍କେଷ୍ଟ୍ରା ଓ ରାତିରେ ମହିଳା ରସମନ୍ଦାର ଓ ପୁରୁଷ ସୁନାମୁଖି ଦଣ୍ଡନୃତ୍ୟର ବ୍ୟବସ୍ଥା ରହିଛି। ଚତୁର୍ଥ ଦିନ ସନ୍ଧ୍ୟାରେ ସାନ ବଡ଼ ଘୁଟକା ନାଚ ରହିଥିବା ବେଳେ ମହିଳା ରସମନ୍ଦାର ଦଣ୍ଡନୃତ୍ୟ ଓ ପୁରୁଷ ଦଣ୍ଡନୃତ୍ୟ ର ବ୍ୟବସ୍ଥା ରହିଛି। ଶେଷ ରଜନୀ ସୋମବାର ଦିନ ସନ୍ଧ୍ୟାରେ ଡୋଲମୁହରୀ କଳା ପରିଷଦ ଥିବା ବେଳେ ଉଦିଆ ତରା ପୁରୁଷ ଦଣ୍ଡନୃତ୍ୟ ର ବ୍ୟବସ୍ଥା ରହିଛି। ଆସନ୍ତାକାଲି ଠାରୁ ୫ ଦିନ ଧରି ବିଶେଷ ଆକର୍ଷଣ ରେ ମୀନା ବଜାର ଓ ପାର୍ବତୀ ଗଣନାଟ୍ୟ ଚାଲିବ ବୋଲି ଗ୍ରାମବାସୀ କହିଛନ୍ତି।ମାଁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଅନ୍ନଭୋଗ ର ସୁବିଧା କରାଯାଇଛି। ଚଳିତ ବର୍ଷ ୩୯ ତମ ଗଜଲକ୍ଷ୍ମୀ ପୂଜା ରେ କର୍ତ୍ତା ଯୁଧିଷ୍ଠିର ବାଗ ରହିଥିବା ବେଳେ କର୍ତୀ ଭାବେ ତାଙ୍କ ଧର୍ମପତ୍ନୀ ସୁବ୍ରକେଶୀ ବାଗ ରହିଛନ୍ତି।ପୂଜକ ଭାବେ ଶ୍ୟାମ ସୁନ୍ଦର ପଣ୍ଡା ରହିଥିବା ବେଳେ ସଞ୍ଜିବ ଶତପଥୀ ପୁରାଣ ଗାୟକ ରେ ନିୟୋଜିତ ଅଛନ୍ତି। ଏଥିରେ ସଭାପତି ସ୍ବପ୍ନେଶ୍ବର ମଲ୍ଳିକ,ଉପ ସଭାପତି ରାଧେଶ୍ୟାମ ବାଗ, ସମ୍ପାଦକ ସୂର୍ଯ୍ୟକାନ୍ତ ପୁଟେଲ,ସହ ସମ୍ପାଦକ ଟିକେଶ୍ବର ମେହେର, କୋଷାଧ୍ୟକ୍ଷ ଭାବେ ରୋହିତ ବେହେରା ପୂଜା କମିଟି ଦାୟିତ୍ଵ ତୁଲାଉଥିବା ବେଳେ ନୁନହାଡ ଗ୍ରାମବାସୀ ସହଯୋଗ କରୁଥିବା ଜଣାପଡ଼ିଛି।