-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଅବସ୍ଥିତ ଚାକୋଟିଆ ଭୁଞ୍ଜିଆଙ୍କ ଆଦିମ ଜନଜାତି ଏହି ଜନଜାତି ଙ୍କ ଅଧିଷ୍ଠାତ୍ରୀ ଦେବୀ ସୁନଦେଇଙ୍କ ଯାତ୍ରା କୁମାର ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ମାଁ ସୁନା ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଲୋକ, ଭକ୍ତ, ଅଭୟାରଣ୍ୟ ଜନ ସମୁଦ୍ର ରେ ପରିଣତ ହୋଇଥାଏ। ସେହିପରି ହଜାର ହଜାର ସଂଖ୍ୟକ ଦୁଇ ଚକିଆ ଚାରି ଚକିଆ ଯାନ ବାହାନ ଯାଇଅଛି। ପ୍ରତ୍ୟେକ୍ଷ ଦେବୀ ରୂପେ ବହୁ ଦୃଢ଼ ବିଶ୍ବାସ ରହିଅଛି। ଭକ୍ତ ଙ୍କ ମାନସିକ ମୁତାବକ ବୁଦା ବଳୀ ଦେଇଥାନ୍ତି। ପୀଠରେ ୧୫ ଦିନ ଜାଗର ଜାଳି ଥିବା ବେଳେ କୁମାର ପୂର୍ଣ୍ଣମୀ ରେ ସୁନାଦେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଜି ଦେବୀ ଛତର ଦେହ ରେ ବିରାଜ ମାନ ହୋଇ ଲିଙ୍ଗ ଭଟ୍ଟା କୁ ଯାଇଥାନ୍ତି। ସେଠାରେ ଅଭୟାରଣ୍ୟ ର ୨୪ ଗୋଟି ଟିକରି ଗ୍ରାମ ଅଧିବାସୀଙ୍କ ବାର୍ଷିକ ହିସାବ ନିକାସ କରିଥାନ୍ତି ପରେ ଲିଙ୍ଗ ଭଟ୍ଟା ରୁ ଛତର ଦେହରେ ନଗର ପରିକ୍ରମା କରି ଗ୍ରାମ ପରିକ୍ରମା କରିଥାନ୍ତି। ଚଳିତ ବର୍ଷ ସୁନାଦେଇ ଯାତ୍ରା ଶାନ୍ତି ପୂର୍ଣ୍ଣ ଅନୁଷ୍ଠିତ ହୋଇଅଛି। କଡା ସୁରକ୍ଷା ମଧ୍ୟରେ ସୁନାଦେଇ ଯାତ୍ରା ଆଜି ଅନୁଷ୍ଠିତ ହୋଇଅଛି।