-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ନିକଟରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ପ୍ରଥମ ବର୍ଷ ନବରାତ୍ରୀ ଦୁର୍ଗାପୂଜା ଗତକାଲି ସକାଳେ ପୂର୍ଣ୍ଣାହୁତି ପରେ ରାତ୍ରିରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଁ ଦୁର୍ଗା ମୂର୍ତ୍ତି କୁ ଘୋଡା ଗାଡ଼ିରେ ବିରାଜମାନ କରି ବିଭିନ୍ନ ପ୍ରକାର ଫୋଟକା ଫଟାଇ ହାଟପଦା ଦୁର୍ଗା ମଣ୍ଡପ ଠାରୁ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଘଣ୍ଟ ବାଦ୍ୟ ସହ ପାରମ୍ପରିକ ବାଦ୍ୟ ପଛ ଗଲି ଦେଇ ମୁଖ୍ୟ ସଡ଼କ ଅତିକ୍ରମ କରି ଉନ୍ଦେର ନଦୀ କୁ ନେଇ ମାଁ ଙ୍କୁ ବିସର୍ଜନ କରାଯାଇଥିଲା । କମିଟି ସଭାପତି ନରେଶ ରଣାଙ୍କ ନେତୃତ୍ୱରେ ଆୟୋଜିତ ବିସର୍ଜନ କାର୍ଯ୍ୟକ୍ରମରେ ସମ୍ପାଦକ ନରେନ୍ଦ୍ର ସାହୁ, ଉପ ସଭାପତି ବୈକୁଣ୍ଠ ପୁଟେଲ ପ୍ରମୁଖଙ୍କ ସହ କମିଟିର ସମସ୍ତ ସଦସ୍ୟ ଓ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।
(ଅନୀଲ କୁମାର ତ୍ରିପାଠୀଙ୍କ ରିପୋର୍ଟ)