-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସ,ତରଫରୁ ସଭାପତି ପ୍ରକାଶ ମେହେରଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା
ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପାଠ କରି ଥିଲେ l ପ୍ରୟାସ ପଦ୍ମପୁରର ସଦସ୍ୟ ମାନ୍ୟବର ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ,ସଂସଦୀୟ ବ୍ୟାପାର ,ଆଇ ଟି ମନ୍ତ୍ରୀ ମୁକେଶ ମାହାଲିଙ୍ଗ ଆଗାମୀ ଦିନରେ ସଂଗଠନର ଜନକଲ୍ୟାଣ କାରି ଯୋଜନା କୁ ବିସ୍ତୃତ କରିବାକୁ ବକ୍ତବ୍ୟ ରଖି ଆଗାମୀ ଦିନରେ ଏହାର କୁ ଆହୁରି ତୀବ୍ରତର ରଖିବାକୁ ଅନୁରୋଧ କରିଥିଲେ ,ଏଥି ସହିତ ନାରୀ ଶକ୍ତି ରୁପିଣୀ,ସର୍ବଙ୍ଗ ସହା ଏଣୁ ଶକ୍ତି ସ୍ୱରୂପା କାର୍ଯ୍ୟକ୍ରମ ହାତକୁ ନେଇ ନବମିତିଥିରେ ଜନ୍ମ ନେଇଥିବା ଶିଶୁକନ୍ୟା କୁ ଫୁଳଚନ୍ଦନ ରେ ସ୍ଵାଗତ କରି ନାରୀ କୁ ଅଧିକ ସଶକ୍ତ୍ କରିବାକୁ ବାର୍ତ୍ତା ରଖିଥିଲେ
ଡାକ୍ତର ସଂଜିତ୍ ମିଶ୍ର ପ୍ରେରଣା ଟ୍ରଷ୍ଟ ରୁ ପ୍ରୟାସ ପଦ୍ମପୁର ପ୍ରତି ସହଯୋଗ ରଖିବାକୁ ଘୋଷଣା କରିଥିଲେ
ନୂତନ କର୍ମକର୍ତ୍ତା ସାମାନ୍ୟ ପରିବର୍ତ୍ତନ କରି ସମ୍ପାଦକ ଭାବରେ ଡକ୍ଟର ସଂଜିତ ମିଶ୍ର ,ଯୋଜନା ଅଧିକାରୀ ରବୀନ୍ଦ୍ର ମୋହନ ଦାସ , ମିଡ଼ିଆ ସଂଯୋଜକ ରଘୁନାଥ ପୁରୀ, କୋଷାଧ୍ୟକ୍ଷ ବ୍ରଜ ମୋହନ ସାହୁଙ୍କୁ ମନୋନୀତ କରାଯାଇଥିଲା ବରିଷ୍ଠ ସଦସ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ,ସୁରେଶ ସାହୁ, ଉପଦେଷ୍ଟା ଭାବରେ ମନୋନୀତ ହୋଇଥିଲେ l ଶେଷରେ ରବୀନ୍ଦ୍ର ମୋହନ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ