-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ବସଷ୍ଟାଣ୍ଡ ଛକ ଦୀର୍ଘ ଦିନ ହେବ ଅନ୍ଧାର ଘେରରେ ରହିଛି। ଉକ୍ତ ସ୍ଥାନ ଉପରେ ବହୁ ଜନସାଧାରଣ ତଥା ଯାତ୍ରୀ ନିର୍ଭର କରିଥାନ୍ତି। ଏବଂ ସଦା ସର୍ବଦା ଗହଲି ଲାଗିଥାଏ। ସନ୍ଧ୍ୟା ସମୟରେ ବିଶେଷ କରି ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ଛକ ଦେଇ ସମ୍ବଲପୁର, ରେଢ଼ାଖୋଲ ତଥା ଅଞ୍ଚଳର ବହୁ ଗ୍ରାମକୁ ସଂଯୋଗ କରିବା ସହ ବିଲମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ଯିବା ଆସିବା କରିଥାନ୍ତି। ଆଗକୁ ଗଜଲକ୍ଷ୍ମୀ ପୂଜା ଆସୁଥିବା ରୁ ଏହି ଛକ ଉପରେ ଅଧିକ ଜନସମାଗମ ହେବାର ନଜର ରହିଛି।ଏଠାରେ ଲାଗିଥିବା ଚାରିଗୋଟି ଲାଇଟ ଖୋଲିନେଇଥିବା ଜଣାଯାଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।