-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବୌଦ୍ଧ/ଘଣ୍ଟପଡା(ଦେବବ୍ରତ ଦାସ): ଘଣ୍ଟାପଡା ନିକଟ ତେଲନଦୀ ରେ ବୁଡି ୭ବର୍ଷର ନାବାଳକ ମୃତ । ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ । ମଧ୍ୟାହ୍ନ ସମୟରେ ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯାଇଥିଲା । ଫଳରେ ନଦୀ ରେ ଭାସିଯାଇଥିଲେ । ଏବେ ଘଣ୍ଟାପଡା ନଦୀ କୂଳରୁ ଉଦ୍ଧାର ହୋଇଛି ମୃତ ଦେହ । ମୃତ ନାବାଳକ ଜଣକ ହେଲେ ଘଣ୍ଟାପଡା ଗ୍ରାମର ଅଭିରାମ ଭୋଇ ଙ୍କ ୭ବର୍ଷର ପୁଅ ସୋରାଜ ଭୋଇ । ଘଟଣାସ୍ଥଳରେ ଘଣ୍ଟାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାମୁତାବକ ଆଜି ମଧ୍ୟାହ୍ନ ସମୟରେ କଣ୍ଟାମାଳ ଘଣ୍ଟାପଡା ଥାନା ଅନ୍ତର୍ଗତ ଘଣ୍ଟାପଡା ଗ୍ରାମ ର ଅଭିରାମ ଭୋଇ ଙ୍କ ୭ବର୍ଷର ପୁଅ ସୋରାଜ ଭୋଇ । ଗାଁ ନିକଟରେ ଥିବା ତେଲ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ । ହଠାତ ତାଙ୍କ ଗୋଡ ନଦୀ ରେ ଖସି ଯାଇଥିଲା । ଫଳରେ ସେ ନଦୀ ରେ ଭାସି ଯାଇଥିଲେ । କିଛି ସମୟ ପରେ ଘର ଲୋକ ସୋରାଜ ଙ୍କୁ ବହୁ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ । ସନ୍ଧ୍ୟା ସମୟରେ କିଛି ଲୋକ ନଦୀ କୁ ଗାଧୋଇ ଯାଇଥିବା ବେଳେ ଏକ ପଥର କଡ ରେ ମୃତ ଦେହ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକ ଓ ଗ୍ରାମବାସୀ ସୋରାଜ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଘଣ୍ଟାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।