-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବଲାଙ୍ଗୀର-ଚଳିତବର୍ଷ ପେରିସ ଅଲମ୍ପିକରେ ଭାରତ ୩ଟି ବ୍ରୋଞ୍ଜମେଡାଲ ଜିଣି ରେକର୍ଡ କରିଥିବା ବେଳେ ଆବଶ୍ୟକ ଭିତ୍ତିଭୂମୀ ନିର୍ମାଣ ହୋଇଥିବାରୁ ଆଗାମୀ ୨୦୨୫ରେ ଭାରତ ଜୁନିୟର ସୁଟିଂ ୱାର୍ଲ୍ଡଚମ୍ପିୟନସିପ ଆୟୋଜନ କରିବ ବୋଲି ଏନଆରଏଆଇର ସଭାପତି କଳିକେଶନାରାୟଣ ସିଂଦେଓ ସୂଚନା ଦେଇଛନ୍ତି । ଦିଲ୍ଲୀରେ ଚାଲିଥିବା ୱାର୍ଲ୍ଡକପ ଫାଇନାଲ ଚାଲିଥିବା ବେଳେ ଇଣ୍ଟରନେସନାଲ ସୁଟିଂ ସ୍ପୋର୍ଟସ ଫେଡେରେସନ(ଆଇଏସଏସଏଫ)ର ସଭାପତି ଲୁଇସିନୋ ରୋସି ଯୋଗଦେଇ ଭାରତ ଆଗାମୀ ଜୁନିୟର ୱାର୍ଡକପ ସୁଟିଂ ଚମ୍ପିୟନସିପ ଆୟୋଜନ କରିବାକୁ ଯୋଗ୍ୟ ହୋଇଛି ବୋଲି ଘୋଷଣା କରିଥିଲେ । ଦିଲ୍ଲୀର ତୁଗଲକାବାଦ ଡ.କର୍ଣ୍ଣି ସିଂ ରେଞ୍ଜ ରେ ଆୟୋଜନ ହେଉଥିବା ୱାର୍ଲ୍ଡକପ ଚମ୍ପିୟନସିପ ନେସନାଲ ରାଇଫଲ ଏସୋସିଏସନ ଅଫ ଇଣ୍ଡିଆ(ଏନଆରଏଆଇ) ପକ୍ଷରୁ ଆୟୋଜନ ହେଉଥିବା ବେଳେ ଏହାର ସଭାପତି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ଚାଲିଛି । ସୁଟିଂରେ ପେରିସ ଅଲମ୍ପିକରେ ସଫଳତା ତଥା ଗତ ସପ୍ତାହରେ ପେରୁରେ ଆୟୋଜିତ ଜୁନିୟର ୱାର୍ଲ୍ଡକପ ଚମ୍ପିୟନସିପରେ ଭାରତୀୟ ଖେଳାଳୀଙ୍କ ଉତ୍କର୍ଷତା ପରେ ଭାରତ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେଥିପାଇଁ ଆସନ୍ତା ୨୦୨୫ରେ ଜୁନିୟର ୱାର୍ଲ୍ଡକପ ସୁଟିଂ ଚମ୍ପିୟନସିପ ପାଇଁ ଯୋଗ୍ୟତା ହାସଲ କରିବା ସହ ୨୦୨୬-୨୭ରେ କୋଟା କପ ମଧ୍ୟ ଆୟୋଜନ କରିବାକୁ ଯାଉଛି ବୋଲି କଳିକେଶ ସୂଚନା ଦେଇଛନ୍ତି ।