-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ସିନାପାଲି (ଚିନ୍ତାମଣି ନେତମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ସାମୁହିକ ଖେଳ ପଡିଆ ଠାରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରେ ବିନୋପୁର ଓ ମାଣ୍ଡିଆ ରୁଚା ମଧ୍ୟରେ ରୋମାଞ୍ଚକ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବିନୋପୁର ଦଳ ୦୧-୦ ଗୋଲରେ ବିଜୟ ଲାଭ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଶ୍ରୀ ତାପସ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ଭାଷ୍ୟ କାର ଭାବେ ଶ୍ରୀଯୁକ୍ତ ବିକ୍ରମ ମାଝୀ ଓ ବବଲୁ ସାହୁ ବିଶେଷ ସହଯୋଗ କରିଥିଲେ। ଆଜିକାର ଏହି ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତି ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ବୀରେନ୍ଦ୍ର କୁମାର ଖମାରି,ଯୁବନେତା ବିକ୍ରମ ମାଝୀ,ବରିଷ୍ଠ ଖେଳ ଶିକ୍ଷକ ଠାକୁର ନାଗ,ସମାଜ ସେବି ଫରସ ରାମ ସା,ଉରୀ ପ୍ରଧାନୀ,ଜନକ ରାମ ନାଏକ,କୁମ୍ଭ ବାଗ,ଲଛମନ ମାଝୀ ଓ ସିନାପାଲି ବ୍ଲକ ସାମ୍ବାଦିକ ପ୍ରତିନିଧି ଚିନ୍ତାମଣି ନେତାମ ମଞ୍ଚାସିନ ରହିଥିଲେ। ଆଜିକାର ଫାଇନାଲ ଫୁଟବଲ ପ୍ରତିଯୋଗିତାରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ରୋମାଞ୍ଚକର ଖେଳକୁ ଦେଖି ଆୟୋଜିତ କରିଥିବା କମିଟିକୁ ଧନ୍ୟବାଦ ଦେଇଥିଲେ। ଏବଂ ଉକ୍ତ ଖେଳରେ କମିଟିର ସମସ୍ତ ସଦସ୍ୟ ବିଶେଷ ସହଯୋଗ କରିଥିଲେ।