-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Oct-2024
ବରଗଡ଼/ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପଦ୍ମପୁର ରାଜବୋଡା ସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଅଧିନସ୍ଥ ଫଟାମୁଣ୍ଡା ଗାଁ ରେ ଆମ୍ବେଦକର ଯୁବକ ସଂଘ ତରଫରୁ ସଂପୂର୍ଣ୍ଣ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ସଂଗଠନର ସଭାପତି ତଥା ସାମ୍ବାଦିକ ଗୋପବନ୍ଧୁ ଶିକାଙ୍କ ନେତୃତ୍ବରେ ଫଟାମୁଣ୍ଡା ଗ୍ରାମର ଆରମ୍ଭରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ସଫେଇ କରାଯାଇଛି। ଆମ୍ବେଦକର ଯୁବକ ସଂଘର ସମସ୍ତ ସଦସ୍ୟ ସକାଳୁ ଗାଁର ଅନାବନା ଘାସ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ସଫାସୁତୁରା ପରିଷ୍କାର କରିବା ସହ ନଳକୂପ ଗୁଡିକର ଚତୁର୍ପାଶ୍ବ ସଫାସୁତୁରା କରିବା ସହ ଗାଁର ଚତୁର୍ଦିଗରେ ସଫେଇ କରିଛନ୍ତି । ଗତ ନୂଆଁଖାଇ ପୂର୍ବରୁ ଏହି ସଂଗଠନର ସମସ୍ତ ସଦସ୍ୟ ଗାଁକୁ ସଫେଇ କରିଥିବା ବେଳେ ଆସନ୍ତା ରବିବାର ଦିନ ୨୦ ତାରିଖ ଆମ୍ବେଦକର ଯୁବକ ସଂଘର ପ୍ରତିବର୍ଷ ଭଳି ଏଥର ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ କରିବା ପରିପ୍ରେକ୍ଷୀରେ ଆଜି ସ୍ବତନ୍ତ୍ର ଭାବରେ ପୁଣି ଥରେ ନିଜ ଗ୍ରାମକୁ ସଫେଇ କରିଛନ୍ତି। ଏହି ଗାଁ ସଫେଇ ଅଭିଯାନରେ ଆମ୍ବେଦକର ଯୁବକ ସଂଘର ସଦସ୍ୟ ସର୍ବଶ୍ରୀ:-ରଙ୍ଗାଧର,ଚୁନୁ,ରାଜେଶ, ଉମେଶ, ହିମାଞ୍ଚଳ,ଭକ୍ତ, ଅଜୁ ରଜନୀ, ହିମାଞ୍ଚଳ, ସନ୍ତୋଷ,ରାଜୁ,ଶସୀ, ଚନ୍ଦନ ରାଜିନ,ପ୍ରମୁଖ ଙ୍କ ସଂପୂର୍ଣ୍ଣ ସହଯୋଗ ରେ ସଫେଇ ଅଭିଯାନ ସମ୍ପର୍ଣ୍ଣ ହୋଇଛି।