-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଅଦ୍ୟ ତା ୯/୧୦/୨୦୨୪ରିଖ ଜଗତ ଜନନୀ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଞ୍ଚଳିକ କୃଷକ ମହାସଂଘ ୧୦ ଟି ଗ୍ରାମ ପଂଚାୟତର ଚାଷୀ ପ୍ରତିନିଧିଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠିତ ହୋଇଯାଇଛି ସର୍ବଶ୍ରୀ:- ଗୋପତରାମ ବାରିକ, ରାଧେଶ୍ୟାମ ସାନ୍ତ, ନରସିଂହ ବନଛୋର, ଅଲେଖ ଦଣ୍ଡସେନା, ହରିହର ପଧାନ, ମ୍ୟାନେଗାର ଏଣ୍ଡାଜା, ରାମକିଶନ ବିଶ୍ୱାଳ, ଗିରିଶ କୁମାର ଦଣ୍ଡସେନା, କ୍ଷେତ୍ରୀ ଲୁହାର, ପ୍ରଶାନ୍ତ କୁମାର ମାଝୀ ଆଦି ସଭାପତିତ୍ୱ କରିଥିଲେ। ସ୍ବର୍ଗତ ନିରଞ୍ଜନ ବିଦ୍ରୋହୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା, ୧୯୮୬ ମସିହା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ମଞ୍ଚସ୍ଥ ହୋଇଥିବା ନାଟକ ଗନ୍ଧଗିରି ବା ବାଲକୋ ହଟାଓ ନାଟକରେ ଅଭିନୟ କରିଥିବା କଳାକାର ବୃନ୍ଦଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମର୍ଦ୍ଧନା କରାଯାଇଥିଲା। ଏହି ସଭାରେ ଗିରିଶ ଦଣ୍ଡସେନା ଆଞ୍ଚଳିକ କୃଷକ ମହାସଂଘର ୧୫ ଗୋଟି ଦାବି ପଠନ କରିଥିଲେ। ବିଶ୍ୱସ୍ତ ସୂତ୍ର ଅନୁସାରେ ବର୍ତ୍ତମାନ ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନର ସୂଚନାର ଆଭାସ ମିଳିସାରିଛି ।ଏହି ଆଲୋଚନା ଚକ୍ରରେ ସୁଶୀଲ ନାଏକ ପାଟଣାଗଡ, କ୍ଷେତ୍ରୀ ଲୁହାର,ପ୍ରଶାନ୍ତ କୁମାର ମାଝୀ, ମହନ ଜଗତ, ରାଜକୁମାର ସେଠ, ଗୋପତରାମ ବାରିକ, ଟେକେନ୍ଦ୍ର ଜାଲ, ଅଭିଳାଷ ଭୋଇ, ସାନ୍ତନୁ ବୁଦ୍ଧିଆ ଆଦି ନିଜସ୍ୱ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ଗନ୍ଧମାର୍ଦନ ସୁରକ୍ଷା ପାଇଁ ଭୟଙ୍କର ଲଢେଇ କରିବା ପାଇଁ ସୂଚନା ଦେଇଛନ୍ତି।