-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲାରୁ ୧୨ ଜଣ ପ୍ରତିଯୋଗୀ ରାଜ୍ୟ ସ୍କୁଲ ଯୋଗାସନ ଚମ୍ପିୟାନସିପ୍ ରେ ଭାଗ ନେଇଥିଲେ। ବରଗଡ଼ ଜିଲ୍ଲାର ରସ୍ମିତା ଭୋଇ ୧୭ବର୍ଷର ବାଳିକା ପ୍ରଥମ ସ୍ଥାନ, ୧୪ ବର୍ଷର ବାଳିକା ବିଭାଗରେ ପ୍ରଜ୍ଞା ପାରମିତା ମାଝୀ ତୃତୀୟ ସ୍ଥାନ ଏବଂ ୧୪ ବର୍ଷ ବାଳକ ବିଭାଗରେ ଅଙ୍କିତ କୁମାର ଧରୁଆ ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ମାନେ ସରକାରୀ ଉ:ପ୍ରା ବିଦ୍ୟାଳୟ ଖଜୁରଟିକିରା ର ହୋଇଥିବା ବେଳେ ଯୋଗା ଶିକ୍ଷୟିତ୍ରୀ ଝରଣା ଦାଶ ଓ କେଶବ ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଅଟେ ବୋଲି ଅଭିଭାବକମାନେ କହନ୍ତି।ଏମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ଜଣାପଡ଼ିଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଡଃ.ସୁରେନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଗୋଷ୍ଠୀ ଅଧିକାରୀ ଓ ଜିଲ୍ଲା ଶାରୀରିକ ଅଧିକାରୀ ସୁଦିପ୍ତ ନାୟକଙ୍କ ପକ୍ଷରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।