-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା ହିଁ ମଣିଷକୁ ନିରୋଗ ରଖିଥାଏ। କିନ୍ତୁ ଖାଦ୍ୟ ପଦାର୍ଥ ପାଣି ପବନ ସବୁ ସ୍ୱଚ୍ଛତା ଅଭାବରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହେବାର ଜଣାପଡ଼ିଛି। ଅକ୍ଟୋବର ୨ ରୁ ଗାନ୍ଧୀ ଜୟନ୍ତୀ ଅବସରରେ ପରିବେଶକୁ ସ୍ୱଚ୍ଛତା ରଖିବା ପାଇଁଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସରକାରୀ ବେସରକାରୀ ସ୍ତରରେ ଆୟୋଜନ କରାଯାଇଛି। ହେଲେ ଦୁର୍ଗାପୂଜା ପାର୍ବଣରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବଜାର ଓ ଷ୍ଟଲ୍ ମାନଙ୍କରେ ବିକ୍ରି ହେଉଥିବା କେମିକାଲ ଯୁକ୍ତ ଫଳ ମୂଳ, ପନିପରିବା ବିକ୍ରୟ ହେଉଛି। ଦୈନନ୍ଦିନ ଖାଉ ଥିବା ଫଲ ମୂଳ, ପନିପରିବା ତାହା ଆଜି ବିଷରେ ପରିଣତ ହୋଇ ସାରିଛି। ଯଦ୍ବାରା ଲୋକେ ଏଭଳି କେମିକାଲ ପ୍ରୟୋଗର ପନିପରିବା ଖାଇ ଲୋକେ ଝାଡା ବାନ୍ତି ଭଳି ଅନେକ ନାନା ବ୍ୟାଧି ର ଶିକାର ହେଉଛନ୍ତି।ଫଳ ମୂଳ ବିକ୍ରି ପାଇଁ ଗଚ୍ଛିତ ବିଭିନ୍ନ ଫଳ ଗୋଦାମ ଗୁଡିକ ଆବଶ୍ୟକ ଅନୁମତି ନ ନେଇ ବିଷଯୁକ୍ତ କେମିକାଲ (ରାସାୟନିକ) ସ୍ପେ ବହୁ ମାତ୍ରାରେ ପ୍ରୟୋଗ କରୁଥିବାରୁ ଏହାର ପ୍ରଭାବରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଖାଦ୍ୟମାନ ଓ ନିରାପତ୍ତା ଯାଞ୍ଚ ବିଭାଗ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏଣୁ ପାର୍ବଣରୁ ଲୋକଙ୍କ ହିତ ଦୃଷ୍ଟିରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏନେଇ ଲିଖିତ ଭାବେ ଜଣାଇଛନ୍ତି