-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ତଥା ବ୍ୟବସ୍ଥିତଭାବେ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ :

09-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ ପ୍ରଶାସନ, ପୋଲିସବିଭାଗ ଓ ଜିଲ୍ଲାର ପୂଜା କମିଟି ଙ୍କୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ  ଜିଲ୍ଲାର ବିଭିନ୍ନ ପୁର ପଲ୍ଲୀ ତଥା ସହରାଞ୍ଚଳ ରେ ପ୍ରାୟ ୭୧ ଗୋଟି ପୂଜା ପେଣ୍ଡାଲ ରେ ମାଁ ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇବେ।ଏହି ପୂଜା ସମୟ ବିଶେଷ କରି ଷଷ୍ଠୀ ଠାରୁ ଦଶମୀ  ଅଥବା ବିସର୍ଜନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ସହରରେ ପୂଜା ସମ୍ୱନ୍ଧୀୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାନ ଚାଲୁରହିବ ଏଣୁ ଜନ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଆବଶ୍ୟକ ସତର୍କତା ଅବଲମ୍ବନ ସହ ପୂଜା ତଥା ପୂଜା ପେଣ୍ଡାଲ, ମେଳା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ଵିଧିବଦ୍ଧ ପ୍ରଶାସନିକ ଅନୁମତି ନେବାକୁ ବୈଠକରେ ଜିଲ୍ଲାପାଳ କମିଟି ର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ବିନାନୁମତିରେ ପୂଜା କିମ୍ବା ମେଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ସୂଚିତ କରାଯାଇଛି l ଏହି ପରିପ୍ରେକ୍ଷୀରେ ସମସ୍ତ ପୂଜା ପେଣ୍ଡାଲ କମିଟି ପୂଜା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର, ଅସ୍ଥାୟୀ ବିଦ୍ୟୁତ ଯୋଗାଣ , ଅଗ୍ନି ନିର୍ବାପକ ସୁରକ୍ଷା ନିମନ୍ତେ ଉପଜିଲ୍ଲାପାଳ ତଥା ସମ୍ପୃକ୍ତ ବିଭାଗ ଠାରୁ ଅନୁମତି ପତ୍ର ନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ କମିଟି କର୍ମକର୍ତ୍ତା କୁ ପରାମର୍ଶ ଦେଇଛନ୍ତି। ପୂଜା ସମୟରେ ଓ ପରେ ସହର ତଥା ପୂଜା ପେଣ୍ଡାଲ ଗୁଡିକରେ ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ସହ ଜନ ସମାଗମ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବାଉପରେ ବୈଠକରେ ଆଲୋଚନା ହୋଇଥିଲା। ଲୋକ ଗହଳି କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପୂଜା କମିଟି ନିଜ ନିଜ କମିଟି ତରଫରୁ ଆବଶ୍ୟକ ସତର୍କତା ଅବଲମ୍ବନ ପୂର୍ବକ ସ୍ବେଛାସେବୀ ନିୟୋଜିତ ପୂର୍ବକ ଭିଡକୁ ନିୟନ୍ତ୍ରଣ ତଥା ସୁପରିଚାଳନ କରିବାକୁ ପରାମର୍ଶ ଦେଇଛନ୍ତି। କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟିର ସମ୍ଭାବନା ବା ଆଶଙ୍କା ଦେଖାଗଲେ ତୁରନ୍ତ ନିକଟସ୍ଥ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପୂଜା ସମୟରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଅନୈତିକ ନସା କାରବାରର ଚୋରାଚାଲାଣ ତଥା ସର୍ବସାଧାରଣ ଖୋଲା ଜାଗାରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡା ନଜର ରଖିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନେବା ସହ ଚଢ଼ାଉ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। 
ଜିଲ୍ଲାରେ ବିଶେଷ କରି ସହରାଞ୍ଚଳରେ ପୂଜା ସମୟରେ ବିଦ୍ୟୁତ ବିଭ୍ରାଟ ଯେପରି ନହେବ ସେଥିପାଇଁ ଆବଶ୍ୟକ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜରୁରୀ କାଳୀନ ବ୍ୟବସ୍ଥା ପାଇଁ ପ୍ରତ୍ୟେକ କମିଟି ନିଜ ନିଜର ପେଣ୍ଡାଲ ତଥା ମେଳା ନିମନ୍ତେ ଆବଶ୍ୟକ ଜେନେରେଟର ବ୍ୟବସ୍ଥା କୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ ଯୋଗାଯୋଗ କୁ ବ୍ୟବସ୍ଥିତ ଓ ନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପୂଜାକମିଟି ସେମାନେ ବିଦ୍ୟୁତ ବିଭାଗ ଠାରୁ ଅସ୍ଥାୟୀ ଆବଶ୍ୟକ ବିଦ୍ୟୁତ ଯୋଗାଣ ପାଇଁ ଅନୁମତି ନେବାକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ତଥା ସହରରେ ହେବାକୁ ଥିବା ଦୁର୍ଗା ପୂଜା ପାଳନ ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ବୈଠକରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ସମୁଦାୟ 71 ଗୋଟି ପୂଜା ପେଣ୍ଡାଲ ର ଆୟୋଜନ ହେଉଥିବା ସୂଚିତ କରି, ସମ୍ବେଦନଶୀଲ ଅଞ୍ଚଳ ଗୁଡିକରେ କଡା ବ୍ୟବସ୍ଥା ନିଆଯାଇଥିବା ପ୍ରକାଶ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ପାଇଁ  ପୋଲିସ ପ୍ରଶାସନ ଦ୍ୱାରା ଆବଶ୍ୟକ ପେଟ୍ରୋଲିଙ୍ଗ ସହ ପୋଲିସ ବଳ ନିୟୋଜନ ଉପରେ ସୂଚିତ କରିଥିଲେ। ତତ ସହ ପୂଜା ସମୟରେ ବିଭିନ୍ନ ଫାଷ୍ଟ ଫୁଡ ଠେଲା ଦୋକାନ, ଜଳଖିଆ ଦୋକାନ, ହୋଟେଲ ପ୍ରଭୁତି ରେ ଖାଦ୍ୟ ଯାଞ୍ଚ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପୂଜା ସମୟରେ ଓ ପରେ ସହର ରାସ୍ତା ଘାଟ, ମେଳା ପଡିଆ ପ୍ରଭୁତି ସ୍ଥାନରେ ଅଳିଆ ଆବର୍ଜନା କୁ ସଫାକରିବା ସହ ପରିମଳ ନିମନ୍ତେ ଆବଶ୍ୟକ ଯତ୍ନବାନ ହେବାକୁ ନିର୍ବାହୀ ଅଧିକାରୀ ପୌରପରିଷଦ ଙ୍କୁ ପରାମର୍ଶ ଦିଆଯାଇଛି, ତତସହ ରାତିରେ ଜନ ସାଧାରଣଙ୍କ ଯିବା ଆସିବା କୁ ସୁଗମ ତଥା ସୁରକ୍ଷିତ କରିବା ନିମନ୍ତେ ସହରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି। ଆଜି ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଉପଜିଲ୍ଲାପାଳ ସୋନପୁର ସୌମ୍ୟାରୁପା ରଥ, ଅଧିକ୍ଷଣ ଯନ୍ତ୍ରୀ ପୀଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଏ ଡି ଏମ ଓ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ,ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନ,ନିର୍ବାହୀ ଯନ୍ତ୍ରୀ ଟି ପି ଓ ଡବ୍ଲୁ ଡି ଏଲ ଇଂ ଅଶୋକ କୁମାର ମିଶ୍ର, ଜିଲ୍ଲା ଫାୟାର ଅଧିକାରୀ ଭବେନ୍ଦ୍ର ନାଥ ଦେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପୌର ପରିଷଦ ସୋନପୁର, ବିଜ୍ଞାପିତ ଅଞ୍ଚଳ ପରିଷଦ ତରଭା ଓ ବିନିକା ର ନିର୍ବାହୀ ଅଧିକାରୀ,ସମସ୍ତ ତହସିଲଦାର, ଜିଲ୍ଲାର ଗ୍ରାମ୍ୟଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ପାଳନକୁ ଶାନ୍ତି ଶୃଙ୍ଖଳା ର ସହ ଖୁସିରେ ପାଳନ କରିବାକୁ କହିବା ସହ ସମସ୍ତ ପୂଜାକମିଟି ନିଜନିଜ ସ୍ତରରେ ଆବଶ୍ୟକ ସଚେତନତା ତଥା ବ୍ୟବସ୍ଥା କୁ ନିଶ୍ଚିତ କରିବା ସହ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ସମସ୍ତ ପୂଜା କମିଟି ପୂଜା ନିମନ୍ତେ ଆଜି ମଧ୍ୟରେ ଆବଶ୍ୟକ ପ୍ରଶାସନିକ ଅନୁମତି ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶ :
ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମସ୍ତ ପୂଜା କମିଟି ପାଇଁ ବାଧ୍ୟତା ମୂଳକ :ବିନାନୁମତିରେ ହେବ କାର୍ଯ୍ୟାନୁଷ୍ଠାନ :


News Comment




Photo in News

Advertisment
Lastest News
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026

You Might Also Like