-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ଖପ୍ରାଖୋଲ (ଗୋରେଖନାଥ ବରିହା) ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିବା ସହ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କରାଯାଇଥାଏ ହେଲ ଅନେକ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ର ୨୦୧୬/୧୭ ୨୦୧୯/୨୦ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାହାତ୍ମ୍ୟ ଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଟଙ୍କା ମିଳିଥାଏ ହେଲେ ରେଙ୍ଗାଲଜୁରୀ ଗ୍ରାମ ର ଲକ୍ଷ୍ମୀ ପୁଟେଲ ,ମୁରଲିରାଉତ ,ମାଞ୍ଚନ ବରିହା ,ଉଦିଆ ବରିହା ,କଶଲାବରିହା , ମଥୁରା ପୁଟେଲ , ସାନନ୍ଦ ବରିହା , ବିରଞ୍ଚି ବରିହା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି । ଉକ୍ତ ଯୋଜନା ରେ ଆର୍ଥିକ ସହାୟତା ରାଶି କେତେ ଆସୁଛି ତାହା ଜାଣିପାରୁନଥିବା ହିତାଧିକାରୀ ପ୍ରକାଶ କରିଛନ୍ତି । ସହାୟତା ରାଶି ମିଳବା ପାଇଁ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କୁ କହିଲେ କିଛି କିଛି ଟଙ୍କା ଦିଅ ମୁଁ ଉପର ଅଫିସ ର କହି ଟଙ୍କା ପକାଇ ଦେବି ବୋଲି କହିନ୍ତି ବୋଲି ଅଭିଯୋଗ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଟଙ୍କା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଘର ନିର୍ମାଣ କାର୍ଯ୍ୟ ପାଇଁ ଧାର କରଜ କରି ଘର ନିର୍ମାଣ କରିଥିବା ବେଳେ ଟଙ୍କା ପାଇପାରୁ ନଥିବାରୁ ସେମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଏଥିପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।।