-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର): ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଛୁପାଲି ବଲାଙ୍ଗିର ମଧ୍ୟରେ ଚାଲୁଥିବା ଟ୍ରେନ ଆଗାମୀ ଦିନରେ ଏକ୍ସପ୍ରେସ ଟ୍ରେନ ହେବାର ପ୍ରାପ୍ତ ସୂଚନାକୁ ନେଇ ସଭାରେ ଆନନ୍ଦ ପ୍ରକାଶ ପାଇଥିଲା । ଏହି ସଭାରେ ବଲାଙ୍ଗିର ଜନସାଧାରଣଙ୍କ ପାଇଁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବା, ସମ୍ବଲପୁର-ଜାମ୍ବୁତାବି ଟ୍ରେନକୁ ଟିଟିଲାଗଡ ରେଲୱେ ଜଙ୍କସନ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ଯ୍ୟ ତ୍ୱରାନ୍ୱିତ କରି ଚଳିତ ବର୍ଷ ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ କରିବା ତଥା ବଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜି ରେଳ ଷ୍ଟେସନମାନଙ୍କ ଉନ୍ନତିକରଣ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ସହ-ସଂପାଦକ ପ୍ରଭାକର ରଥ, ସଂଘର ପ୍ରବକ୍ତା ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ବୃନ୍ଦାବନ ବରାଳ, ପ୍ରଶନ୍ନ କୁମାର ମିଶ୍ର ତଥା ସଭ୍ୟ ଗୋବିନ୍ଦ ମିଶ୍ର ଓ ହରେକୃଷ୍ଣ ପଟେଲ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।