-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)): ବଲାଙ୍ଗିର ସଦର ବ୍ଲକସ୍ଥିତ ମାକଡଚୁଆଂ ଗାଁ ର ଜଣେ ଦଳିତ ଯୁବକ ଦୁଇ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ । ଆଜି ଗାଁ ବାସୀ ପୋଲିସ ସହାୟତାରେ ତାଙ୍କୁ ଜଙ୍ଗଲ ମାଧ୍ୟରୁ ମୁର୍ମୁଷ ଅବସ୍ତାରେ ଉଦ୍ଧାର କରିବା ସହିତ ସ୍ଥାନୀୟ ଭୀ ଭୋଇ ହସପିଟାଲରେ ଭର୍ତ୍ତି କରାଛନ୍ତି ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ରହିଛି ।ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ମାକଡଚୁଁଆ ଗ୍ରାମର ଶ୍ରୀକର ମିର୍ଦ୍ଧା ଭୋଜି କରି ଫେରୁଥିବା ସମୟରେ ଗାଁର ଉଚ୍ଚବର୍ଗିୟ କିଛି ଯୁବକ କୌଣସି କାରଣରୁ ତାଙ୍କୁ ଆକ୍ରମଣ କରିଥିଲେ । ପରଦିନ ପରିବାର ବର୍ଗ ଏନେଇ ଥାନାରେ ଏତଲା ଦେବାପରେ ଗାଁର ସରପଞ୍ଚତଥା ଜିଲ୍ଲା ବିଜେଡି ସଭାପତି ଉକ୍ତ ଯୁବକ ଓ ତାଙ୍କ ପରିବାର ବର୍ଗଙ୍କୁ ଧମକ ଚମକ ଦେଇଥିଲେ । ୩ ତାରିଖ ଦିନ ଶ୍ରିକର ଗାଧୋଇ ଯିବା ସମୟରେ ପୁଣି କିଛି ଯୁବକ ଆକ୍ରମଣ କରିବାରୁ ଜୀବନ ଭୟରେ ସେ ଜଙ୍ଗଲକ ପଳାଇଯାଇ ନିଖୋଜ ହୋଇଯାଇଥିଲେ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ଅଭୀଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ବିଧାୟକ ଦାବୀ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପରିବାରବର୍ଗଙ୍କ ଅଭୀଯୋଗ ଅନୁଯାୟୀ ଅଭୀଯୁ୍କ୍ତମାନେ ମୁର୍ମୁଷ ଅବସ୍ତାରେ ଚିକତ୍ସିତ ହେଉଥିବା ପିଡିତର ବ୍ୟାଡ ଅଖପାଖରେ ମଧ୍ୟ ସନ୍ଦେହ ଜନକ ଭାବେ ପଇଁ ତରା ମାରୁଛନ୍ତି । ଏନେଇ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ ଅଶ୍ଚର୍ଯ୍ୟଜନକ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣାରେ ଯେହେତୁ ବିଜୁ ଜୁବ ଜନାତା ଦଳର ଜିଲ୍ଲା ସବାପତି ଜଡିତ ଥିବା ଅପାତତଃ ପ୍ରମାଣ ମିଳୁଛି ତେଣୂ ଜେତେ ଶିଘ୍ର ହେବ ଏହି ଘଟନାର ତଦନ୍ତ କରି ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।