-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ନବରଙ୍ଗପୁର:-(ମିହିର ଶଙ୍କର ପାତ୍ର,)ସରକାରୀ ବିଦ୍ୟାଳୟର ଶ୍ରେଣୀ ଗୃହକୁ ନିଜ ଅକ୍ତିଆର ନେଇ ନିଜ ବାସସ୍ଥାନ ରୁପେ ଦିର୍ଘଦିନ ହେବ ବ୍ୟବହାର କରି ରହିଆସିଛନ୍ତି ଶିକ୍ଷକ। ଏପଟେ ଛାତ୍ର ଛାତ୍ରୀ ବସିପଡ଼ିବାକୁ ଗୃହ ନାହିଁ । ବାରମ୍ବାର ଗ୍ରାମ ବାସୀଙ୍କ ଅଭିଯୋଗ ପରେ ମଧ୍ୟ ଶିକ୍ଷକ ଶ୍ରେଣୀ ଗୃହ ଛାଡ଼ିବା ଦୂରର କଥା ଗ୍ରାମ ବାସୀଙ୍କ ଉପରେ ନାଲି ଆଖି ଦେଖାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଟେମରା ପଞ୍ଚାୟତ ଟାଙ୍ଗନି ସରକାରୀ ବିଦ୍ୟାଳୟ ଠାରେ। ଶିକ୍ଷକ ଭଦ୍ରିନାଥ ସତନାମିଙ୍କ ନାମରେ ଗ୍ରାମବାସୀ ଆଣିଛନ୍ତି ସଂଘାତିକ ଅଭିଯୋଗ ।ଶିକ୍ଷକ ଭଡା ଘରେ ନରହି ସରକାରୀ ସ୍କୁଲଘର କୁ ନିଜ ବାସଗୃହ ରୂପେ ବ୍ୟବହାର କରୁଛନ୍ତି । ଏ ବିଷୟରେ ବାରମ୍ବାର ଝରିଗାଁ ବିଇଓ ଓ ପ୍ରଧାନ ଶିକ୍ଷକ ଙ୍କୁ ଗ୍ରାମବାସୀ ଅଭିଯୋଗ କରିବା ପରେ ମଧ୍ୟ ଶିକ୍ଷକଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।ସବୁ ଜାଣି ମଧ୍ୟ ଦୃତରାଷ୍ଟ ସାଜିଛି ଝରୀଗାଁ ଶିକ୍ଷବିଭଗ।ଶିକ୍ଷକ ଭଦ୍ରିନାଥ ସତନାମିଙ୍କ ଉପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଶ୍ରେଣୀ ଗୃହରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତ କରିବା ପାଇଁ ସ୍କୁଲ ସଭାପତି ଲବ ଜାନି,ରାମ ଜାନି, ରନସାଇ ଜାନି ,ରୁକନାଥ ଜାନି ,ସଦନ ଜାନି ରାମନାଥ ଜାନି ପ୍ରମୁଖ ଦାବି କରୁଛନ୍ତି।