-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
05-Oct-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ମିଶ୍ରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପଣ୍ଡା ସଭାପତିତ୍ୱ କରିଥିଲେ। ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷକ ଲମ୍ବୋଦର ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ। ବାଗବର ପଞ୍ଚାୟତ ସରପଞ୍ଚ ନିରୁପମା ବଗର୍ତ୍ତୀ, ସମିତି ସଭ୍ୟା ବବିତା ବାଘ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ ଦାଶ ପ୍ରମୁଖ ଯୋଗଦେଇ ଶ୍ରୀମତୀ ମିଶ୍ରଙ୍କର ଶିକ୍ଷାଦାନ ଅଞ୍ଚଳବାସୀ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ହିଙ୍ଗମା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପାଢ଼ୀ, ଅମରପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, ଉଫୁଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇ, ଜଟେସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ, କେନଝିରିଆପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ, ପିତାମହୁଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଜଗଦଲା, ସୁବଳୟା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ବେହେରା, ସଂଗ୍ରାମପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୀନାକ୍ଷୀ ହୋତା ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଷ୍ଠାପର ସେବାକୁ ଭୁୟସୀ ପ୍ରଶଂସା ଜରିଥିଲେ। ପୁରାତନ ଛାତ୍ରଛାତ୍ରୀ ତଥା ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ରହି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପୂର୍ବରୁ ବିଦ୍ୟାଳୟରୁ ଅବସର ନେଇଥିବା ସଂସ୍କୃତ ଶିକ୍ଷକ କବି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।