-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
କଣ୍ଟାମାଳ(ଜୟ କୁମାର ମହାରଣା): ସରକାର ସମସ୍ତ ଗରିବ ନିରୀହ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଡିଡିମ ପିଟୁଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ଗୃହ ପାଇବାରୁ ବଞ୍ଚିତ ଅଛନ୍ତି।
ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ମହିବିଳା ଗ୍ରାମର ପ୍ରେମ ଝାଙ୍କର ଙ୍କ କ୍ଷେତ୍ରରେ। ସୂଚନା ଅନୁଯାୟୀ ଏହି ଗ୍ରାମରେ ଖୁଣ୍ଟକାଟି ରହୁଥିବା ନିରଞ୍ଜନ ଝାଙ୍କର ଓ ତାଙ୍କର ଧର୍ମପତ୍ନୀ ପ୍ରେମ ଝାଙ୍କର ସେମାନେ ଅନେକ ବର୍ଷ ହେଲା ଏକ ଝାଟି ମାଟି କୁଡିଆ ଘରେ ଜୀବନ ଜାପାନ କରୁଛନ୍ତି। ତାଙ୍କର ଆୟ ପନ୍ଥା କହିଲେ ଜଙ୍ଗଲ କୁ ଯାଇ ସରଗି ପତ୍ର ସଂଘ୍ର କରି ଖଲି ଦନା ତିଆରି କରି ତାଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି।
ଦମ୍ପତି ଆବାସ ଗୃହ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ବର୍ଷ ହେଲା ଗୁହାରୀ ଜଣାଇ ଆସୁଥିଲେ ମଧ୍ୟ ତାଙ୍କରି କଥା କେହି କର୍ଣ୍ଣପାତ କରୁନଥିବା ପ୍ରେମ ଝଙ୍କାର କହୁଛନ୍ତି। ସେ ସରକାରଙ୍କୁ କହୁଛନ୍ତି ଯେ ମତେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ରେ ଘର ଘଣ୍ଡିଏ ଦିଅ ମୁଁ ମରିଗଲାପରେ ତୁମେ ଦେଇଥିବା ଘର କୁ ନେଇଯିବ। ଏଥି ପ୍ରତି ଓଡ଼ିଶା ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଏକ ଆବାସ ଗୃହ ଯୋଗାଇ ଦେବା ପାଇଁ ବିଭିନ୍ନ ମହଲ ରେ ଦାବୀ ହେଉଛି।