-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ବରଗଡ/ଗୋଶାଲା, (ମୁକୁନ୍ଦ ଦାସ) -ସମ୍ବଲପୁର ଜିଲ୍ଲା ଅନ୍ତଗତ ସାନଟିକ୍ରା କଲାମାଟି ପାଞ୍ଚୟତ ଅଧିନସ୍ଥ ବିଜୟ ମାନ୍ଦା (45) ସିକନ୍ଦରବାଦ, ରାଧାପୁରରେ ଏକ ଇଟା ସିମେଣ୍ଟ କାରଖାନାରେ ନିର୍ଯାତନା ସହି ଫସି ରହିଛନ୍ତି। ଏନେଇ ଆଜି ଗୋଶାଲାର ଜଣାଶୁଣା ସମାଜସେବୀ ତଥା ପଞ୍ଚାୟତ ସମିତି ଉପାଧ୍ଯଯା ସୁଷମା ସାହୁ ତଥା ସମ୍ବଲପୁର ସାଂସଦ ପ୍ରତିନିଧି ମୋହନ ଦାଶ ଏନେଇ ବୁର୍ଲା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଅଭିଯୋଗକରୀଙ୍କୁ ବୁର୍ଲା ଥାନା ଅଧିକାରୀ ଦରଖାସ୍ତ ଫେଇଇ ଦେଇଥିଲେ। ସଙ୍ଗେ ସଙ୍ଗେ ସୁଷମା, ମୋହନ ଓ ତାଙ୍କ ସ୍ତ୍ରୀ ସୁବାଷିନୀ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ତୁରନ୍ତ ପଦକ୍ଷେପ ନେବାକୁ ଆଡିସନାଲ ଏସ୍ ପି ଅଭିଯୋଗରୀଙ୍କୁ ଜଣାଇଛନ୍ତି।
ପ୍ରକଶ ଥାଉକି କରୋନା ସମୟରେ ଏହି ଶ୍ରମିକ ମାନେ କମ ନମିଲିବାରୁ ଦାଦନ ଖଟିବାକୁ ଯାଇଥିଲେ। ଶୁଷମା ଓ ମୋହନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯାଇଛି l