-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ଟିଟିଲାଗଡ଼, (ପ୍ରେରଣା ଖବର) ଟିଟିଲାଗଡ ଉପଖଣ୍ଡ ମୂଖ୍ୟ ଚିକିତ୍ସାଳୟରେ ବିଶିଷ୍ଟ ସାମ୍ବାଦିକ ପ୍ରକାଶ ମହାରଣା ଶୋଚନୀୟ ମୃତ୍ୟୁ ଘଟିଛି। ଶ୍ରୀ ପ୍ରକାଶ ମହାରଣା (୪୫) ଦୀର୍ଘ ବର୍ଷ ଧରି ସମ୍ବାଦ ଖବରକାଗଜ ସହ କନକ ଟିଭି ରେ ସାମ୍ବାଦିକତା କରି ଆସୁଥିଲେ। ତାଙ୍କର ଯକୃତ ଜନିତ ସମସ୍ୟା ଲାଗିରହିଥିବା ବେଳେ ଡାକ୍ତର କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ସେ ଚିକିତ୍ସା ପାଇଁ କଟକ ଯିବାକୁ ଟ୍ରେନ ରେ ରିଜରବେଶନ ମନ୍ଧ୍ୟ କରିଥିଲେ। ହେଲେ ସନ୍ଧ୍ୟ ପ୍ରାୟ ୪ ଟା ରେ ହଠାତ ଗୁରୁତର ହୋଇ ପଡିବାରୁ ତାଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । ଡ଼ଃ ପ୍ରଦୀପ ନାୟକ ତାଙ୍କର ଚିକିତ୍ସା କରୁଥିବା ଅବସ୍ଥାରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଡାକ୍ତରଖାନାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ବରିଷ୍ଟ ସାମ୍ବାଦିକ ତଥା ବିଭିନ୍ନ ଅନୁଷ୍ଠାନ ର କାର୍ଯ୍ୟକର୍ତା ଉପସ୍ଥିତ ରହିଛନ୍ତି।