-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ବଲାଙ୍ଗିର,: ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସାଧାରଣ ସଂପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ, ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଆଗଲପୁର ବ୍ଲକ ସଂଘ ସଭାପତିଙ୍କ ସଂଯୋଜନାକ୍ରମେ ମୁଖ୍ୟ ଅତିଥି ସନାତନ ଠାକୁର ଓ ମୁଖ୍ୟବକ୍ତା ବାମଦେବ ମିଶ୍ରଙ୍କ ଉପସ୍ଥିତିରେ ସାବିତ୍ରୀ ବାଇ ଫୁଲେ ଜୟନ୍ତୀ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟସ୍ଥ ଶ୍ରମିକ ସଂଘର କନ୍ଫରେନ୍ସ ହଲ୍ ଠାରେ ପୂର୍ବାହ୍ନ ଘ.୧୧ ରୁ ଅପରାହ୍ନ ଘ.୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଜିଲ୍ଲା ଶିକ୍ଷକ ସଂଘର ଉପଦେଷ୍ଟା ଆନନ୍ଦ ଯୋଷୀ ଓ ସୁଚିତ୍ର ସୁନା ସାବିତ୍ରୀ ବାଇ ଫୁଲେଙ୍କ ନାରୀ ଶିକ୍ଷା ପ୍ରତି ଅବଦାନ ଉପରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ବାମଦେବ ମିଶ୍ର ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ । ବଲାଙ୍ଗିର ବିଇଓ ରାଘବ ପାଣିଗ୍ରାହୀ ଓ ଦେଓଗାଁ ବିଇଓ ସଂକିର୍ତ୍ତନ ବାଗ ଜିଲ୍ଲା ସଂଘ ସ୍ୱାଗତ କରିଥିଲେ । ଖପ୍ରାଖୋଲ ବାଘମୁଣ୍ଡ ସିଆରସିସି ବନମାଲି ସାୁଙ୍କୁ ଶିକ୍ଷକ ସମାଜ ପ୍ରତି ନିରବିଚ୍ଛିନ୍ନ ସୂଚନା ସେବା ଯୋଗୁଁ ସମ୍ମାନିତ କରାଗଲା । ପ୍ରଭାକର ମିଶ୍ରଙ୍କୁ ଶିକ୍ଷକମାନଙ୍କ ପ୍ରତି ସହଯୋଗ ଓ ସେବା ପାଇଁ ତାଙ୍କୁ ଶିକ୍ଷକ ବନ୍ଧୁ ସମ୍ମାନରେ ସମ୍ମାନିତ କରାଗଲା । ହରେକୃଷ୍ଣ ତ୍ରିପାଠୀଙ୍କୁ ଶିକ୍ଷା ବିଭାଗ ପ୍ରତି ଅବଦାନ ନିମିତ୍ତ ସମ୍ମାନିତ କରାଗଲା । ମୁରିବାହାଲ ବ୍ଲକର ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ସାହୁଙ୍କ ବିଭାଗ ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ମାନୀତ କରାଯାଇଥିଲା । ଉପରୋକ୍ତ ସଭାରେ ପୂର୍ବତନ ସଭାନେତ୍ରୀ ଦେବୀକା ମଜୁମ୍ଦାର ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଜ୍ଞାନ ବିଭାଗରୁ ସମ୍ମାନୀତ ଅତିଥି ଭାବେ ନୀଳମଣି ପଟେଲ ଓ ଷ୍ଟେନୋ ଗଣେଷ ପାଢୀ ମଧ୍ୟ ଉପସ୍ଥିତ ଥିଲେ । ସଭାରେ ଅନୀତା ମେହେର ଓ ପ୍ରଜୀନା ପାଢୀ, ବୈାଦ୍ଧ ଜିଲ୍ଲା ଶିକ୍ଷକ ସଂଘରୁ ପ୍ରତିନିଧିତ୍ୱ କରିବା ସହ ସାବିତ୍ରୀ ବାଇ ଫୁଲେ ଅବଦାନ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷକ ସଂଘର କୈଳାସ କର୍ତ୍ତୀ, ଦିଲ୍ଲିପ ବେହେରା, ଶ୍ୟାମ ପଧାନ, ହେମନ୍ତ ସାହୁ, ସତ୍ୟ ସାହୁ, ତୁଷାର କର୍ମୀ, ନାରଦ ମହାଲିଙ୍ଗ, ଇନ୍ଦୁଭୂଷଣ ଡାଙ୍ଗ, ପ୍ରଶାନ୍ତ ପୁରୋହିତ, ରସୁଲ ଖାନ, ବସନ୍ତ ବୁଡେକ, ଭରତ ମହାକୁର, ଅନୀଲ ରଣା, ରମାରଞ୍ଜନ ମାଝି , ଜୟଦେବ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ମୁରିବାହାଲ ବ୍ଲକ ପ୍ରତିନିଧି ଜିତେନ ମାଝି ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।