-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ଢେଙ୍କାନାଳ: ଗତକାଲି "ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ବୈଠକ କାମାକ୍ଷାନଗର ଠାରେ ଅନୁଷ୍ଠିତ ହୋଇଥିଲା। ଯୁବ ସାମ୍ବାଦିକ ଚିତ୍ତରଞ୍ଜନ ଦ୍ଵିବେଦୀଙ୍କ ଆବାହକତ୍ବ କ୍ରମେ ବୈଠକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ନନ୍ଦ ସ୍ଵାଗତ ଭାଷଣ ଓ ମଧୁପ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସୟୁଜେ ଓଡ଼ିଶାର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଜାତୀୟ ସାମ୍ବାଦିକ ୟୁନିୟନ କାର୍ଯ୍ୟକାରିଣୀର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, ବରିଷ୍ଠ ସାମ୍ବାଦିକ ମୀନକେତନ ସ୍ଵାଇଁ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ସେବା ନିବୃତ୍ତ ସେନା କର୍ମଚାରୀ ତଥା ଯୋଗ ଗୁରୁ
ରବିନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏସୟୁଜେ ଓଡ଼ିଶା ସଂଗଠନ କ'ଣ ? ରାଜ୍ୟ ରେ ଅନେକ ସାମ୍ବାଦିକ ସଂଘ ଥାଉ ଥାଉ ପୁଣି ଏସୟୁଜେ କାହିଁକି ? ଏହାର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ କ'ଣ ସେ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ନାୟକ ଏବଂ ସମ୍ମାନୀତ ଅତିଥି ଶ୍ରୀ ପାଢ଼ୀ ବିସ୍ତୃତ ସୂଚନା ରଖିଥିଲେ। ସ୍ଵତନ୍ତ୍ର ଅତିଥି ଶ୍ରୀ ସାହୁ ଏସୟୁଜେ ଓଡ଼ିଶା ସାମ୍ବାଦିକ କଲ୍ୟାଣ ନିମନ୍ତେ ନେଇଥିବା ପଦକ୍ଷେପ କୁ ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ସ୍ଵାଇଁ ତାଙ୍କ ଅଭିଭାଷଣରେ "ଏସୟୁଜେ ଓଡ଼ିଶା" ରେ ଅନେକ ଅଭିଜ୍ଞ ସାମ୍ବାଦିକ ଏବଂ ଅନୁଭବି ସଂଗଠକ ମାନେ ନେତୃତ୍ୱ ନେଉଥିବାରୁ ତଥା ଏହା ଏକ ମିଳିତ ନେତୃତ୍ୱର ସାମ୍ବାଦିକ ସଙ୍ଘ ହୋଇଥିବା ଯୋଗୁଁ ରାଜ୍ୟର ସାମ୍ବାଦିକ ମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଏହା ଏକ ନିର୍ଭରଯୋଗ୍ୟ ସଙ୍ଗଠନ ହୋଇ ପାରିଛି ବୋଲି କହିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିପିନ ବିହାରୀ ସେଠୀ, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ଯ
ପ୍ରଦ୍ୟୁତ ବିଶ୍ଵାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବଳ ବର୍ଷା ସତ୍ବେ ୩୦ରୁ ଅଧିକ ସାମ୍ବାଦିକ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା ଅକ୍ଟୋବର ମାସରେ ପୁର୍ଣାଙ୍ଗ ସାଂଗଠନିକ ବୈଠକ ଆୟୋଜନ ସହିତ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଓ ସାମ୍ବାଦିକ ସମାବେଶ ଆୟୋଜନ ହେବାକୁ ନିଷ୍ପତ୍ତି ନିଆଯାଇଛି।