-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ତରଭା(କପିଳାସ ସେଠ୍)ଆସନ୍ତା ଅକ୍ଟୋବର ୧ ତାରିଖରେ ପାଳନ ହେବାକୁଥିବା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୪ ପାଳନ ଅବସରରେ ପଞ୍ଚାୟତ ସମିତି ତରଭା ର ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ତରଭା ବ୍ଲକ ପ୍ରଶାସନ ମିଳିତ ଉଦ୍ୟମ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିରଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ପରୀକ୍ଷା ଶିବିରରେ ମୋଟ ୧୦୪ ଜଣ ପଞ୍ଜୀକୃତ ହୋଇଥିଲେ। ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ା କୌଶଳ ପଟେଲ ଏବଂ ପ୍ରିୟଙ୍କା ମହାକୁର ଯୋଗଦେଇ ପଞ୍ଜୀକୃତ ୧୦୪ ଜଣଙ୍କର ଚକ୍ଷୁ ପରୀକ୍ଷା କରିଥଲେ I ଚକ୍ଷୁ ପରୀକ୍ଷାରେ ଧର୍ମ ରାଜ ନାଏକ ସୁପ୍ରିୟା ନାଗ, ଚନ୍ଦ୍ରଶେଖର ନନ୍ଦ, ଭାଗବତ ପାଣ୍ଡେ ସହଯୋଗ କରିଥିଲେ l ତନ୍ମଧ୍ୟରୁ ୯ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା। ଆବଶ୍ୟକସ୍ଥଳେ ଶିବିର ରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷ ଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ନାଏକ ଯୋଗଦେଇ ଶିବିର ର ତତ୍ୱାବଧାନଓ ସୁପରିଚାଳନା କରିଥିଲେ । ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ, ଙ୍କ ସହ ବିକ୍ରମ ବିଶି, କିଶୋର ଧାରୁଆ ଏବଂ ବ୍ଲକ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।