-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ସରକାରଙ୍କ ଉପଲବ୍ଧିର ୧୦୦ ଦିନ ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିଲେ କୋଶଳବାଦୀ ନେତା ପ୍ରମୋଦ ମିଶ୍ର

22-Sep-2024



ବଲାଙ୍ଗିର(ପ୍ରେରଣା ଖବର): ନିକଟ ଅତୀତରେ ସରକାର ତାଙ୍କର ୧୦୦ ଦିନ ପୂର୍ତ୍ତି ଅବସରରେ ତାଙ୍କର ଉପଲବ୍ଧି ଓ ୨୦୩୬ ପର୍ଯ୍ୟନ୍ତ ରାଜ୍ୟ ପାଇଁ କଣ କଣ ମିଶନ ରଖିଛନ୍ତି ତାହା ଉପସ୍ଥାପିତ କରିଛନ୍ତି ।

ରାଜ୍ୟ ସରକାର ଅନେକ ଗୁଡିଏ କଥା କହିଥିଲେ ମଧ୍ୟ କୋଶଳ ଅଂଚଳର ମୁଖ୍ୟ ଦାବୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଏ ଅଂଚଳର ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସହ ଦ୍ୱିତୀୟ ସରକାରୀ ଭାଷାର ମର୍ଯ୍ୟାଦା ଦେବା ତଥା କୋଶଳାଂଚଳରେ ହାଇକୋର୍ଟ ଦାବୀ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଏହାଛଡା ଯେଉଁ ଭଳି ଭାବରେ ବେଆଇନ ରୂପେ ବିଗତ ସରକାର 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମର୍ଯ୍ୟଦା ଦେଲେ ସେ ସମ୍ପର୍କରେ ମଧ୍ୟ କିଛି କହି ନାହାନ୍ତି । ଏହାଛଡା ପଶ୍ଚିମ ଓଡିଶା ବିକାଶ ପରିଷଦର ଆକୃତି, ପ୍ରକୃତି ଉପଲବ୍ଧି ଓ ଭବିଷ୍ୟତ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ଉପଲବ୍ଧି ତାଲିକାରେ କିଛି ନାହିଁ । ଏଥି ସହିତ ଦାଦନ ପ୍ରବଣ କୋଶଳାଂଚଳରେ ଏ ସମସ୍ୟାର ସ୍ଥାୟୀ ସମାଧାନ, ଚାଷୀ ଆତ୍ମହତ୍ୟା ଘଟଣାର ତଦନ୍ତ, ୨ୟ କୃଷି ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ, ସ୍ଥାନିୟ ନିଯୁକ୍ତି ଭଳି ଏ ଅଞ୍ଚଳର 

ସ୍ପର୍ଶକାତର ପ୍ରସଙ୍ଗମାନଙ୍କ ସମ୍ବନ୍ଧରେ ସରକାରଙ୍କ ସ୍ପଷ୍ଟ ମତ ଆସିପାରି ନାହିଁ । ଏଥି ସହିତ ଆଂଚଳିକ ବୈଷମ୍ୟ ଅନୁଧ୍ୟାନ ପାଇଁ ବିଗତ ରାଜ୍ୟ ସରକାର ଗଠନ କରିଥିବା ମହାନ୍ତି କମିଶନଙ୍କ ରିପୋର୍ଟ ଓ ହାଇକୋର୍ଟ ବେଂଚ ପ୍ରସଙ୍ଗରେ ଗଠନ କରାଯାଇଥିବା ପାଲ କମିଶନ ର ରିପୋର୍ଟ ସମ୍ପର୍କରେ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କିଛି ମତ ଦେଇ ନାହାନ୍ତି । ଏକଥା ଅବଶ୍ୟ ସତ ଯେ ୨୪ ବର୍ଷ ଧରି ଶାସନ କରିଥିବା ଗୋଟିଏ ସରକାରର ପରିବର୍ତ୍ତନ ହେଲା ପରେ ନୂତନ ସରକାରଙ୍କୁ କିଛି ବୃହତ କରିବା ପାଇଁ ସମୟ ଲାଗିପାରେ । ସେଥି ପାଇଁ କୋଶଳ ଆନ୍ଦୋଳନ ତରଫରୁ ସରକାରଙ୍କ ଶାସନର ୬ ମାସ ଅନୁଧ୍ୟାନ କଲାପରେ ନିଜର ପଦକ୍ଷେପ ନେବା ପାଇଁ ସ୍ଥିର କରାଯାଇଛି । ଯଦିଓ କ୍ରମାଗତ ଭାବରେ ବିଭିନ୍ନ କୋଶଳବାଦୀ ସଂଗଠନ ମାନଙ୍କ ତରଫରୁ ଜନଜାଗରଣ ଚାଲିଛି, କିନ୍ତୁ ସରକାରଙ୍କ ୬ ମାସ ପୁର୍ତ୍ତି ପରେ ହିଁ ବୃହତ୍ତର ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯିବ। ଯେହେତୁ ବର୍ତ୍ତମାନ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଛି । କୋଶଳ ଆନ୍ଦୋଳନର ଦାବୀ ପୁରଣ ଦିଗରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବେ ବୋଲି କୋଶଳାଂଚଳର ୨ କୋଟି ଜନସାଧାରଣ ଆଶ ପ୍ରକାଶ କରନ୍ତି ଅନ୍ୟଥା ବୃହତ୍ତର ଓ ସଂଯୁକ୍ତ କୋଶଳ ଆନ୍ଦୋଳନ ପାଇଁ ପଦକ୍ଷେପ ନିଆଯିବ । ଇତି ମଧ୍ୟରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ତଥା ଏ ଅଂଚଳର ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରିବା ପାଇଁ ତଥା ରାଜ୍ୟରେ ଦ୍ୱିତୀୟ ସରକାରୀ ଭାଷାର ମର୍ଯ୍ୟାଦା ଦେବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ପ୍ରସ୍ଥାବ ଆଗତ କରନ୍ତୁ ତଥା ହାଇକୋର୍ଟ ର ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଗଠିତ ପାଲ କମିଶନର ରିପୋର୍ଟ ସାର୍ବଜନୀନ କରିବା ସହ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସମ୍ବିଧାନ ଅନୁଚ୍ଛେଦ ୩୭୧ ଅନୁଯାୟୀ ମର୍ଯ୍ୟାଦା ଦେବା ସହ ତାକୁ କୋଶଳ ଉନ୍ନୟନ ପରିଷଦ ନାମରେ ସରକାର ନାମିତ କରନ୍ତୁ ବୋଲି କୋଶଳ ଆନ୍ଦୋଳନର ନେତା ପ୍ରମୋଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ଏହା ଛଡା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ହୋଇକୋର୍ଟର ସ୍ଥାୟୀ ବେଂଚ କୋଶଳାଚଳରେ ସ୍ଥାପନ ପାଇଁ ବିହିତ ବିଧି ବ୍ୟବସ୍ଥା କରିବା ସହ ଆଂଚଳିକ ବୈଷମ୍ୟ ପାଇଁ ଗଠିତ ଜଷ୍ଟିସ ମହାନ୍ତି କମିଶନକୁ ସାର୍ବଜନୀନ କରିବାକୁ ମଧ୍ୟ ଶ୍ରୀ ମିଶ୍ର ଦାବୀ କରିଛନ୍ତି । କୋଶଳାଂଳର ବେକାର ଯୁବକମାନଙ୍କ ସମସ୍ୟାର  ସମାଧାନ କରିବା ସହ କୋଶଳାଂଚଳରେ ଅଧିକ କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରିବାକୁ ଓ କର୍ମ ନିଯୁକ୍ତିର ସୁଯୋଗ ଅଧିକ ମାତ୍ରାରେ ସୃଷ୍ଟି କରିବା ସହ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମୟରେ କେବଳ ସ୍ଥାନୀୟ ଯୁବକଙ୍କୁ ସୁଯୋଗ ଦେବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । ଏହା ଛଡା ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାଦନ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ସବୁର ପୁନଃବିନ୍ୟାସ କରିବାକୁ ତଥା ଦାଦନ ଶ୍ରମିକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରିବାକୁ ମଧ୍ୟ ଶ୍ରୀ ମିଶ୍ର ସରକାରଙ୍କ ଠାରେ ଦାବୀ କରିଛନ୍ତି । ପୂର୍ବ ସରକାରଙ୍କ ଘୋଷିତ ଦ୍ୱିତୀୟ କୃଷି ବିଦ୍ୟାଳୟ ପ୍ରତିଷ୍ଠା ଓ କୋଶଳାଂଚଳରେ ବନ୍ଦ ଥିବା ଶିଳ୍ପମାନଙ୍କର ପୁନଃଉଦ୍ଧାର ପାଇଁ ସରକାର ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଅନ୍ତୁ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଏ ଅଂଚଳରେ ଦେଖାଦେଇ ଥିବା ରାଜନୈତିକ ପରିବର୍ତ୍ତନ କୌଣସି ଓଡ଼ିଆ ଅସ୍ମିତାକୁ ନେଇ ହୋଇନାହିଁ ବରଂ ତତ୍କାଳୀନ ରାଜ୍ୟ ସରକାର ବାରମ୍ବାର ଏ ଅଂଚଳକୁ ଆଂଚଳିକ ବୈଷମ୍ୟର ଶିକାର କରିଥିବାରୁ ଲୋକେ କୋଶଳାଂଚରେ ରାଜନୈତିକ ପରିବର୍ତ୍ତନ କରିଛନ୍ତି । ତେଣୁ ଏହି ସତ୍ୟତାକୁ ଉପଲବ୍ଧି କରି କୋଶଳାଂଚଳରେ କୋଶଳର ସ୍ୱାଭିମାନ ଓ ଅସ୍ମିତା ପାଇଁ ରାଜ୍ୟ ସକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଏଣୁ 'ବନ୍ଦେ ଉତ୍କଳ ଜନନୀ' ସମେତ କୌଣସି ଉତ୍କଳ ସମ୍ପର୍କିତ ଯୋଜନା ଓ ନିଷ୍ପତ୍ତି କୋଶଳାଂଚଳରେ ଲାଗୁ କରିବା ପରିବର୍ତ୍ତେ ଏ ଅଂଚଳରେ କୋଶଳ ନାମାଙ୍କିତ ଯୋଜନା କିମ୍ବା କୋଶଳାଂଚଳର ୨ କୋଟି ଅଧିବାସୀଙ୍କ ମନରେ ଦାରୁଣ ଆଘାତ ହେବା ସହ ଭୀଷଣ ଜନବିଦ୍ରୋହ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି ଶ୍ରୀ ମିଶ୍ର ସରକାରଙ୍କୁ ସତର୍କ କରାଇଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like