-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ବରଗଡ଼/ରେଙ୍ଗାଲିକ୍ୟାମ୍ପ(ଆକାଶମିଶ୍ର): ଅତାବିରା ବ୍ଲକ୍ ସ୍ତରରେ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବାକୁ ଯାଉଥିବା କବାଡି ଖେଳାଳି ମାନେ ଜିଲ୍ଲା ସ୍ତରରେ କିପରି ଉତ୍ତମ ଖେଳ ପ୍ରଦର୍ଶନ କରିବେ , ସେ ନେଇ ଦୀର୍ଘ ତିନି ଦିନ ଧରି ଅତାବିରା ବ୍ଳକ ସ୍ତରୀୟ କବାଡି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଳକର ସମୁଦାୟ ୪୮ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।ବ୍ଳକ କ୍ରୀଡା ସମ୍ପାଦକ ସୁଦୀପ୍ତ ସାହୁଙ୍କ ସଂଯୋଜନା ଓ ପୂର୍ବତନ ଆଇପି ତଥା କୁମେଲସିଂହା
ହାଇସ୍କୁଲ ଖେଳ ଶିକ୍ଷକ ତ୍ରିଲୋକ୍ୟ ନାୟକଙ୍କ ପରିଚାଳନାରେ କୁମେଲସିଂହା ଗ୍ରାମ୍ୟ କମିଟିର ସଭାପତି ପ୍ରେମରାଜ କମ୍ପ ମୁଖ୍ୟ ଅତିଥି,ସମାଜସେବୀ ପ୍ରଫୁଲ୍ଲ ବେହେରା, ପୂର୍ବତନ କ୍ରୀଡା ସମ୍ପାଦକ ଲବ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।ପ୍ରମୋଦ କୁମାର ମିଶ୍ର,ଶୁଭ୍ରାଂଶୁ ସାହୁ, ରବି ଗୁପ୍ତା,ଶୁଭକାନ୍ତ ମେହେର, ସୁନୀଲ ଭୁଏ, ଅନିତା ଭୁଏ, ଲକ୍ଷ୍ମୀ ମହାପାତ୍ର,ରବିନାରାୟଣ ପ୍ରଧାନ ଯୋଗ ଦେଇ ତାଲିମ ପ୍ରଦାନ କରୁଛନ୍ତି।ଅଶ୍ୱିନୀ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଆସନ୍ତା କାଲି ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଝାରବନ୍ଧ ଅଭିମୁଖେ ଗ୍ରସ୍ତ କରିବେ ବୋଲି ଜଣାପଡିଛି ।