-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ତାଙ୍କ ସରକାର ମାତ୍ର ୧୦୦ ଦିନରେ ଓଡ଼ିଆ ଭାଷା ସଂସ୍କୃତି, ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨ଶହ କୋଟିର ପାଣ୍ଠି ବ୍ୟବସ୍ଥା କରିଛନ୍ତି କାରଣ ଓଡ଼ିଆ ଅସ୍ମିତା ତାଙ୍କ ସରକାରର ପରିଚୟ। କୃଷିର ବିକାଶରେ ରାଜ୍ୟ ତଥା ଦେଶର ବିକାଶ। ସେଥିପାଇଁ ପ୍ରତି ଉପଖଣ୍ଡରେ ନିର୍ମାଣ ହେବ ଶୀତଳ ଭଣ୍ଡାର ଏବଂ ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ କୃଷି ସମୃଦ୍ଧି କେନ୍ଦ୍ର | ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିକରିବା ଉଦ୍ଦେଶ୍ୟରେ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କରିଛନ୍ତି, ଫଳରେ ବହୁପରିମାଣରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଉପକୃତ ହେବେ ଏବଂ ସୁଭଦ୍ରା ଯୋଜନାରେ ବିକଶିତ ଓଡ଼ିଶାର ସାରଥୀ ହେବେ ଲକ୍ଷ୍ୟ ଲକ୍ଷ୍ୟ ମହିଳାମାନେ । ଶିକ୍ଷାର ମାନ ବୃଦ୍ଧି କରିବ ପିଏମ୍-ଶ୍ରୀ ଯୋଜନା ଏବଂ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା- ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମର ପ୍ରଚଳନ ହେବ। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଗାଇବ ନଗଦ ବିହୀନ ସ୍ବାସ୍ଥ୍ୟ ସେବା । ଶିଶୁ ଚିକିତ୍ସାକୁ ଅଗ୍ରାଧିକାର ଦିଆଯିବ । ଡ୍ରପ୍ ଆଉଟ୍ ହାର ରୋକିବା ଲକ୍ଷ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଦଳଗତ ନିର୍ବିଶେଷରେ ଲୋକମାନଙ୍କ ପାଇଁ କାମକରିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ଆଜିର ଉଦଘାଟନ ଉତ୍ସବରେ ସନମାନୀତ ଅତିଥିଭାବେ ଯୋଗଦାନ କରି ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ କନ୍ଧମାଳ ବାସୀଙ୍କ ଆର୍ଶିବାଦରୁ ବିଧାୟକ ହୋଇଥିବାରୁ ସେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସେହିପରି, ମାନନୀୟ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ମଧ୍ୟ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରିବେ ବୋଲି କହିଥିଲେ। ସାଂସଦ ଶ୍ରୀ ପାଣିଗ୍ରାହୀ କହିଲେ,ଫୁଲବାଣୀ ଦେଇ ରେଳ ଲାଇନ ସଂଯୋଗୀକରଣ, ଆଉ ୮୦୦ ଗୋଟି ବି.ଏସ୍.ଏନ୍.ଏଲ୍.ଟାଓ୍ୱାର ନିର୍ମାଣ, ପୂର୍ବ ସରକାରରେ ବିଭିନ୍ନ ଯୋଜନାରେ ଯେଉଁ ପ୍ରକୃତ ହିତାଧୁକାରୀମାନେ ସାମିଲ ହୋଇପାରି ନାହାଁନ୍ତି ସେମାନଙ୍କୁ ତାଙ୍କ ସରକାର ନିଶ୍ଚିଭାବେ ସାମିଲ କରାଜୀବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପୁର୍ବ ସରକାରଙ୍କ ସମୟରେ ପୂର୍ଣ୍ଣାଙ୍ଗ ଭାବେ ଚାର୍ଯ ନ ହୋଇଥିବା ୨୮୫ଟି ମୋବାଇଲ ଟାଓ୍ବାର ୧୫ ଦିନ ଭିତରେ ଚାର୍ଜ କରାଯାଇ ଚାଲୁକରାଯିବ ଓ ସେହି ଅଂଚଳର ଜନସାଧାରଣଙ୍କୁ ମୋବାଇଲ ସେବା ଯୋଗାଇ ଦିଆଯିବ । ଜିଲ୍ଲାରେ ପାହାଡିଆ ଅଂଚଳ ଗୁଡିକରେ ପାନୀୟ ଜଳର ସମସ୍ୟା ଲାଗି ରହିଛି । ପ୍ରତି ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ମାନନୀୟ ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ । ଆରକ୍ଷୀ ଅଧୀକ୍ଷକ, କନ୍ଧମାଳ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର କହିଲେ ସରକାରଙ୍କ ଯୋଜନାଗୁଡ଼ିକର ସଫଳ
ରୁପାୟନ ପାଇଁ ଜିଲ୍ଲା ପ୍ରଶାସନକୁ ପୋଲିସ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବ। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ ଜିଲ୍ଲାରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏବେ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଧାର ଆସିଛି। ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ସମକକ୍ଷ ହୋଇପାରିବେ। ଘଞ୍ଚ ଜଙ୍ଗଲ ହେଉଛି କନ୍ଧମାଳ ଜିଲ୍ଲାର ପରିଚୟ। ଏଇ ନିକଟରେ ମିଶନଶକ୍ତିର ମା’ମାନେ ବହୁ ସଂଖ୍ୟାରେ ଗଛ ଲଗାଇଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଲକ୍ଷ୍ୟ ଏବଂ ଏହି ଅଭିଯାନ ଅଧୀନରେ ଓଡ଼ିଶାର କନ୍ଧମାଳ ସମେତ ୨୭ ଜିଲ୍ଲାର ୨୩୪ଟି ବ୍ଲକ ଅନ୍ତର୍ଗତ ୭୬୭୭ ଜନଜାତି ବହୁଳ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଥିବା କଥା କହିଥିଲେ। ଏହାଦ୍ଵାରା ଏହି ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଆଦିବାସୀ ବହୁଳ ଗ୍ରାମଗୁଡ଼ିକର ସମ୍ପୂର୍ଣ୍ଣ ବିକାଶ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଥିଲେ । ପରେ ପରେ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ମତ୍ସ୍ୟ ସମ୍ପଦ ଯୋଜନା, ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେହିପରି, ମୁଖ୍ୟ ଅତିଥିଙ୍କ ଦ୍ବାରା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଦ୍ୱାରା ବାଲିଗୁଡ଼ାର ଯୁବ ଉଦ୍ୟୋଗୀମାନଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଏବଂ ବନ୍ଧନ ବିକାଶ କାର୍ଯ୍ୟକ୍ରମରେ ପ୍ରଗତି ବନ୍ଧନ ବିକାଶ କେନ୍ଦ୍ରକୁ ସମ୍ବଦ୍ଧନା କରାଯାଇଥିଲା। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଉନ୍ନୟନ ଅକାରୀ ତଥା-କାର୍ଯ୍ୟନିର୍ବାହୀ ଅଧିକାର, ଶ୍ରୀ ରତ୍ନାକର ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ, ୫ ହଜାରରୁ ଅଧିକ ମା' ତଥା ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗଦେଇଥିଲେ ।