-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦ୍ଵି ପହର ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭାଲୁ ଟି ନିଜର ଗୋଠ ରୁ ଅଲଗା ହୋଇ ଇତସ୍ତତଃ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ନିକଟରେ ବୁଲାବୁଲି କରୁଛି। ବେଳେବେଳେ ଖାଦ୍ୟ ଅନ୍ୱେଷଣ ରେ ଗାଁ ନିକଟକୁ ଚାଲି ଆସୁଥିବା ବେଳେ ଆମପାଣି ରୁ ପାତ୍ରବସା କୁ ସଂଯୋଗ କରୁଥିବା ରାସ୍ତା କଡ଼ କୁ ଚାଲି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଗ୍ରାମବାସୀ ମାନେ ଆମପାଣି ଫରେଷ୍ଟ ସେକ୍ସନ କର୍ମଚାରୀ ଙ୍କୁ ଖବର ଦେବାପରେ କର୍ମଚାରୀ ମାନେ ଆସି ଭାଲୁ ର ଗତିପଥ ଉପରେ ନଜର ରଖିବା ସହ, ଭାଲୁ ଚଲାପଥ ରେ ନ ଯିବାକୁ ଗ୍ରାମବାସୀ ଙ୍କୁ ବାରଣ କରିବା ସହ ରାତିରେ ଘରୁ ବାହାରିବା ସମୟ ରେ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିଛନ୍ତି।