-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ଉଲୁଣ୍ଡା ସ୍ଥିତ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ବିଶିଷ୍ଟ ସମାଜସେବୀ ତଥା ରାଜନୀତିଜ୍ଞ ସ୍ଵର୍ଗତ କାମପାଳ ପାତ୍ର ଙ୍କ ସ୍ମୃତିରେଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ସଭାପତି ମୂରଲୀଧର ମହାକୁର, ଡାକ୍ତର ମଧୁମିତା ମଲ୍ଲ (ବୁର୍ଲା) ଋଷି କୁମାର ପଟେଲ, ଦିଲ୍ଲିପ ପୁରୋହିତ, ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ,, ହିମାଂଶୁ ଶେଖର ତ୍ରିପାଠୀ ଏବଂ ବୈଷ୍ଣବ ତରାଇ ପ୍ରମୁଖ ଯୋଗଦେଇ ଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀ ଓ ରକ୍ତଦାତାଙ୍କ ଠାରୁ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜିର ସ୍ମୃତି ସଭାରେ ବିଶ୍ୱଜିତ୍ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ମୀନକେତନ ମହାକୁର ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ଵର୍ଗତ ପାତ୍ର ଙ୍କ ସୂପୁତ୍ରି ସନ୍ତୋସିନି ପାତ୍ର ବାପା ଙ୍କ ଅସୁସ୍ଥତା ସମୟରେ ଅନେକ ସ୍ବେଛାସେବୀ ରକ୍ତଦାନ କରିଥିବା ଯୋଗୁଁ ସେଇ ଘଟଣା କୁ ଚିନ୍ତା କରି ବାପା ମୃତ୍ୟୁ ପୂର୍ବରୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ଯାହାକି ଆଜି ତାଙ୍କ ସ୍ମୃତି ଦିବସ ରେ ପାଳନ କରାଗଲା ବୋଲି ମତବ୍ୟକ୍ତ କରିଛନ୍ତି । ଏହି ରକ୍ତଦାନ ଶିବିର ରେ ଉଲୁଣ୍ଡା ର ଭରଷା ପରିବାର, ଯୁବ ମହାସଂଘ, ଆଞ୍ଚଳିକ ବାଳିକା ଉଚ୍ଚବିଦ୍ୟାଳୟର କର୍ମକର୍ତ୍ତା ଙ୍କସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉଲୁଣ୍ଡା ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।