-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
18-Sep-2024
କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ରମେଶ ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଗାଁ ରେ ବେଆଇନ ଭାବେ ମଦ କୋଠି ଖୋଲି ଗାଁ ର ପରିବେଶ କୁ ନଷ୍ଟ କରିବା ସହ ଗାଁ ର ଯୁବକ, ଖଟିଖିଆ ଓ ଗରିବ ଶ୍ରେଣୀର ଲୋକ ଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ପଥଭ୍ରଷ୍ଟ କରି ଆସୁଥିଲେ। ଏହାକୁ ବିରୋଧ କରି ଆସୁଥିକେ ଗ୍ରାମ ର ମହିଳା ସଙ୍ଘ, ଅନେକ ସମୟରେ ମଦ କୋଠି ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେବା ସତ୍ତ୍ଵେଜ ମଦ କୋଠି ବନ୍ଦ ନ କରିବାରୁ ଗ୍ରାମ ର ମହିଳା ସଙ୍ଘ ଓ ସଚେତନ ନାଗରିକ ମାନେ ମଙ୍ଗଳବାର ମଦ କୋଠି ରେ ପହଞ୍ଚି ଦେଶୀ ବିଦେଶୀ ମଦ କୁ ନଷ୍ଟ କରିଥିଲେ। ବୁଧବାର ଗ୍ରାମର ମହିଳା ସଙ୍ଘ ଓ ଗ୍ରାମବାସୀ କୋକସରା ଥାନା କୁ ଆସି ମଦ କୋଠି ବନ୍ଦ କରିବାକୁ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।