-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଠିକାବିଲ୍ କୁ ନେଇ କେସିଙ୍ଗାବ୍ଲକ୍ ରେ ତୁମୁଳକାଣ୍ଡ  !  ବିଡିଓଙ୍କୁ ଅଫିସ୍ ରେ ପଶି ଅଶ୍ଳୀଳ ଶୋଧା  : ସରପଞ୍ଚ ସଂଘ ସଭାପତିଙ୍କ ବିରୁଦ୍ଧରେ ଥାନାରେ ଏତଲା : ସରପଞ୍ଚ ସଂଘର ଧାରଣା : ସାମିଲ୍ ହେଲେନି ସମସ୍ତେ  ! 

18-Sep-2024



ଭବାନୀପାଟଣା(ପ୍ରେରଣା ଖବର): ଗତବର୍ଷଠାରୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ରେ ଜନପ୍ରତିନିଧିମାନେ ଠିକାକାମ କରିବା ଓ ଠିକାକାମର ବିଲ୍ କୁ ନେଇ ବିବାଦ ଲାଗିରହିଛି ।  ଏପରିକି ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ କର୍ମଚାରୀଙ୍କ ନାଁ'ରେ କାର୍ଯ୍ୟାଦେଶରେ ହେଉଥିବା ପୁର୍ବର କେତେକ ପୁରୁଣାକାମକୁ ବିନା ପ୍ରଶାସନିକ ଅନୁମୋଦନରେ କରିଦେଇ କେତେକ ସରପଞ୍ଚ , ସରପଞ୍ଚଙ୍କ ସ୍ବାମୀ ଓ ସମିତିସଭ୍ୟମାନେ ଏବେ ବଦଳିହୋଇ ଆସିଥିବା ନୂଆ ବିଡିଓଙ୍କ ଉପରେ ଆକ୍ରୋଶ ଓ ଆକ୍ରମଣ କରି ରାଗ ସୁଝାଉଥିବା ବ୍ଲକ୍ ପରିବେଶକୁ ବିଶୃଙ୍ଖଳିତ କରିଦେଇଛି । ମୁଖ୍ୟତଃ ବ୍ଲକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କ ସମିତିସଭ୍ୟ ସ୍ବାମୀ ଓ ସରପଞ୍ଚ ସଂଘ ମଧ୍ୟରେ ବୁଝାମଣା ଅଭାବରୁ ଏଭଳି ଅପ୍ରିୟ ପରିସ୍ଥିତି ଥମିବାର ନାଁ ନେଉନାହିଁ । ଏହା ପଛରେ ଯାବତୀୟ ଅନିୟମିତତା ଓ ଏପରିକି ଯୌନବ୍ୟଭିଚାରରେ ଜଡିତ  ପୂର୍ବତନ ବିଡିଓଙ୍କର ଏଠାରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ସତ୍ତ୍ୱେ ବରାବର ପ୍ରଚ୍ଛନ୍ନ  ଇଙ୍ଗିତ ରହୁଥିବା ଚର୍ଚ୍ଚା ହେଉଛି । 

ଗତ ସପ୍ତାହରେ  ଫଟକାମାଲ ପଞ୍ଚାୟତର ସରପଞ୍ଚ ତଥା କେସିଙ୍ଗା ବ୍ଲକ୍ ସରପଞ୍ଚ ସଂଘ ସଭାପତି ସୁବୋଧ ରଣା ବିଡିଓଙ୍କ ଅଫିସ୍ ଭିତରକୁ ପଶି ଅଭଦ୍ର ଅଶ୍ଳୀଳ ଭାଷାରେ ଶୋଧାଶୋଧି କରି ଆକ୍ରମଣ ଉଦ୍ୟମ କରିଥିବା ବିଡିଓଙ୍କ ପକ୍ଷରୁ କେସିଙ୍ଗା ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ଫେରାର୍ ଥିବାରୁ ତାଙ୍କ ମତାମତ ନିଆଯାଇ ପାରିନାହିଁ । ତେବେ ଗତ ୧୭ ତାରିଖରେ ବ୍ଲକ୍ ପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଚାଞ୍ଚେର ସରପଞ୍ଚ ତଥା ସଂଘର ଉପ ସଭାନେତ୍ରୀ ଅଞ୍ଜୁ କୁମାରଙ୍କ ନେତୃତ୍ବରେ ବ୍ଲକ୍ ସମ୍ମୁଖରେ ରାଜରାସ୍ତା କଡରେ ସଂଘ ପକ୍ଷରୁ ଏକ ଗଣଧାରଣା ଦିଆଯାଇଛି ।  ଏଥିରେ ' ଆମ ଓଡିଶା : ନବୀନ ଓଡିଶା ' କାର୍ଯ୍ୟକ୍ରମ ,  ନୂଆ / ପୁରୁଣା ଯୋଜନାର ଅର୍ଥ ହେରଫେର , ଲୋକପ୍ରତିନିଧିଙ୍କ ମତକୁ ଅସ୍ବୀକାର କରି ପଞ୍ଚାୟତଗୁଡିକୁ ମନଇଚ୍ଛା ଖେଳ ସାମଗ୍ରୀ ଦିଆଯାଉ ନଥିବା , ଠିକାଦାରଙ୍କୁ ହଇରାଣ କରାଯାଉଥିବା , ଦୀର୍ଘ ଅଢେଇବର୍ଷ ହେଲା କୌଣସି କାମକୁ ମଞ୍ଜୁର କରାଯାଉ ନଥିବା , ମନରେଗା କାମ ଅନୁମୋଦନ ନ କଳିବା , ପିସି କାରବାର ଓ ୫- ଟି କାମର ଦୁଇବର୍ଷ ହେଲା ଠିକାଦାରଙ୍କୁ ବିଲ୍ ଦିଆଯାଉ ନଥିବା ଇତ୍ୟାଦି ୪ ଦଫା ଦାବି ଅନ୍ତର୍ଭୁକ୍ତ । ଏହି ଆନ୍ଦୋଳନରେ ପୂର୍ବର ବାଲସି ସରପଞ୍ଚଙ୍କ ସ୍ବାମୀ କରିଥିବା ଠିକା ବିଲ୍ ଫେରସ୍ତ ଓ ଅନ୍ୟାନ୍ୟ ଜଣେ ମହିଳାଜେଇ ଅଧ୍ୟକ୍ଷଙ୍କୁ କଶୃପଡା ହରିଜନପଡା ସଂଯୋଗରାସ୍ତାକାମର ୭ ଲକ୍ଷ ଟଙ୍କାର ଚେକ୍ ଦେଇଥିବା ଅଭିଯୋଗର ଆଲୋଚନା ବିଷୟ ବି ପଡିଥିଲା ।  ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଦିପ୍ତିରାଣୀ ପ୍ରଧାନ ଏହି ଦାବିପତ୍ର ଗ୍ରହଣ କରି ତଦନ୍ତ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ଏହା ଉପରେ ଉପାଧ୍ୟକ୍ଷାଙ୍କ ସ୍ବାମୀ ସମିତିସଭ୍ୟ ମନୋଜ ପଟ୍ଟନାୟକ ବ୍ଲକ୍ ର ଉପରୋକ୍ତ ଦୁର୍ନୀତି ଅଭିଯୋଗକୁ ସମର୍ଥନ କରିଥିବା ବେଳେ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ' ସବୁ ଅଭିଯୋଗର ଏକ ପ୍ରକ୍ରିୟା ରହିଥିବା ବେଳେ ପୂର୍ବରୁ ଅଭିଯୋଗ ନ କରି ଭୁଲ୍ ର ତଦନ୍ତ ଦାବି ବଦଳରେ ହଠାତ୍ ଆନ୍ଦୋଳନକୁ ନାପସନ୍ଦ କରିଥିବା ପ୍ରକାଶ । ତେବେ ଏହି ଧାରଣା ବା ଆନ୍ଦୋଳନରେ ବ୍ଲକ୍ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇ ନଥିବାରୁ ସଂଘରେ ଏକତା ନଥିବା ପ୍ରକାଶ ପାଇଛି । 

ତେବେ ଗତବର୍ଷ ସେପ୍ଟେମ୍ବରରୁ ପୂର୍ବତନ ବିଡିଓ ଥିବା ପ୍ରଫୁଲ୍ଲ କୁମାର ଓଡୁଙ୍କ ପରେ ଏହି ବ୍ଲକ୍ ରେ ବିଡିଓ ଭାବେ ଯୋଗ ଦେଇଥିବା ପଦ୍ମନାଭ ପୁରୋହିତଙ୍କ ମତାମତ ନିଆଯାଇଥିଲା । ସେ ଏହାକୁ 'ଦୁର୍ଭାଗ୍ୟପୂର୍ଣ୍ଣ 'କହିବା ସହିତ ତାଙ୍କ ଅମଳରେ ବ୍ଲକ୍ ରେ ଅଭିଯୋଗ ଅନୁଯାୟୀ ସେଭଳି କିଛି ଅନିୟମିତତା ହେଉ ନଥିବା ପ୍ରକାଶ କରିଛନ୍ତି । 

ତେବେ ଏହି ଆନ୍ଦୋଳନର କାରଣସ୍ବରୂପ ଜଣାଯାଇଛି ଯେ , ଗତବର୍ଷର କେତୋଟି ମନରେଗା ଓ ଅନ୍ୟାନ୍ୟ ପ୍ରକଳ୍ପରେ ' ଗୋଇଂ ଅନ୍ ' ଉଲ୍ଲେଖ ନଥିବାରୁ ସେଗୁଡିକ ଅନ୍ ଲାଇନ୍ ତାଲିକାରୁ ଡିଲିଟ୍ ହୋଇଯାଇଥିଲା । ଚାହିଁଥିଲେ ଆଉଥରେ ପ୍ରସ୍ତାବ ଆଗତ କରି ତାକୁ ଆରମ୍ଭ କରାଯାଇ ପାରିଥା'ନ୍ତା  । ଏଥିମଧ୍ୟରେ ଅଭିଯୁକ୍ତ ଫଟକାମାଲ ସରପଞ୍ଚଙ୍କର କେତୋଟି ପ୍ରକଳ୍ପ ରହିଥିଲା । ସେହିପରି ଭତ୍ତା ହଡପ ଘଟଣାରେ କେତେକ ସରପଞ୍ଚ ଓ ଇଓଙ୍କର ସମ୍ପୃକ୍ତି ରହିଛି । ଆହୁରି ମଧ୍ୟ ଆନ୍ଦୋଳନର ନେତୃତ୍ବ ନେଇଥିବା ଚାଞ୍ଚେର ସରପଞ୍ଚଙ୍କ ସ୍ବାମୀ ପଞ୍ଚାୟତ ବିଲଡିଂର ଉପରମହଲାର  ନିର୍ମାଣର କାର୍ଯ୍ୟାଦେଶ ଜେଇ ନାମରେ ଥିଲେ ହେଁ , ସେ ହିଁ ଠିକା କରୁଛନ୍ତି । ଏଣୁ ଏଇ କେତୋଟି ପ୍ରକଳ୍ପଗୁଡିକର  ' ଅନ୍ ଗୋଇଂ ' ଉଲ୍ଲେଖ ନଥିବାରୁ ଡିଲିଟ୍ ହୋଇଯାଇଥିବା ନିମନ୍ତେ ଅଭିଯୁକ୍ତ ବିଡିଓଙ୍କ ହାତଥିବା ସନ୍ଦେହରୁ କାଣ୍ଡଜ୍ଞାନ ହରାଇ ଏଭଳି ଉଗ୍ରରୂପ ପ୍ରଦର୍ଶନ କରିଥିଲେ ବୋଲି ଚର୍ଚ୍ଚା ହେଉଛି । 

ତେବେ ସେ ଯାହାହେଉ , ଏହି ବ୍ଲକ୍ ସମେତ ବିଭିନ୍ନ ପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡିକରେ ନିର୍ବାଚିତ ଜନପ୍ରତିନିଧିମାନେ ବିଭିନ୍ନ ଉପାୟରେ ଠିକାକାମ କରୁଥିବା ବା ନିର୍ମାଣସାମଗ୍ରୀ ଯୋଗାଣରେ ଜଡିତ ରହି ସରକାରୀ ଯୋଜନାର ମୁନାଫା ଉଠାଇଥିବାର ଜ୍ବଳନ୍ତ ଉଦାହରଣ ଏହିଠାରେ ଦେଖିବାକୁ ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk