-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2024
ବାଲିଗୁଡା(ସୁଶିଲ କୁମାର ପାଣିଗ୍ରାହୀ): ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି। ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା। ଆଜାଦଙ୍କ ନାମରେ ତିନିଟି କେଶ ରହିଛି। ତିନିଟି କେସର ଆଜି ଚାର୍ଜ ହୋଇଛି। କେସ୍ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ ନମ୍ବର ୨୦/ ୨୦୦୮ରେ ସାରଙ୍ଗଡ଼ରେ ବୋମା ଫୁଟାଇବା ନିମନ୍ତେ ରାସ୍ତାରେ ବୋମା ଖଞ୍ଜି ରଖିବା (ଲ୍ୟାଣ୍ଡମାଇନ୍), ବ୍ରାହ୍ମଣିଗାଁ ଥାନାରେ ଦୁଇଟି ମାମଲା ଯଥା କେସ ନମ୍ବର ୧୪/୨୦୦୮ ଓ ୧୫/୨୦୦୮ ଏଥି ମଧ୍ୟରୁ ଗୋଟିଏ ମର୍ଡର କେସ ଓ ଅନ୍ୟଟି ବ୍ରାହ୍ମଣିଗାଁ –ଦାରିଙ୍ଗବାଡି ରାସ୍ତାରେ ଲ୍ୟାଣ୍ଡ୍ ମାଇନ ଲଗାଇବା ଭଳି ଅଭିଯୋଗ ରହିଛି। । ବିଚାରପତିଙ୍କ ପାଖରେ ଆଜି ହାଜର ହୋଇଥିଲେ। କୋର୍ଟରେ ହାଜର ହେବା ପରେ ତାଙ୍କୁ ବାଲିଗୁଡା ଉପକାରାଗାରକୁ ପଠାଯାଇ ସେଠାରୁ ପୁଣି ତାଙ୍କୁ ପୁଣି ଝାଡପଡ଼ା ଜେଲକୁ ପଠାଯିବା ନେଇ ଓକିଲ ସୁରେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।