-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||     

HOME   ଦେଶ ବିଦେଶ

ନୂଆ ଦଶନ୍ଧିରେ ବ୍ରାଣ୍ଡ୍ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଦାୟିତ୍ୱ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କର : ପ୍ରଧାନମନ୍ତ୍ରୀ ମୋଦୀ

03-Jan-2021



ନୂଆଦିଲ୍ଲୀ (ପ୍ରେରଣା ଖବର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ, ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେଇଯିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ବଲପୁର ଅଂଚଳରେ ରହିଥିବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନର ଉନ୍ନତି ନିମନ୍ତେ ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହସ୍ତଶିଳ୍ପ, ବୟନ ଏବଂ ଜନଜାତି କଳା ଆଦିରେ ରହିଥିବା ଅପାର ସମ୍ଭାବନା ଯୋଗୁ ଏସବୁ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ କରିବା ଲାଗି ସ୍ଥାନୀୟ ଅଂଚଳରେ ରହିଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ଅନ୍ୟ ସମ୍ବଳର ଉନ୍ନତ ପରିଚାଳନା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଆଇଆଇଏମ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ମିଶନ, ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଭାଗିତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିପାରିବେ । ତେଣୁ ସେମାନେ ଲୋକାଲକୁ ଗ୍ଲୋବାଲରେ ପରିଣତ କରିବା ଲାଗି ଅଭିନବ ଉପାୟ ସନ୍ଧାନ କରିବାର ଆବଶ୍ୟକତା ରହିଛି । “ଅଭିନବତାର ମିଶ୍ରଣ ଏବଂ ସମାବେଶୀକରଣ”ର ମନ୍ତ୍ର ସହିତ ଆପଣମାନଙ୍କୁ ନିଜର ପରିଚାଳନା ଦକ୍ଷତା ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି” ଶ୍ରୀ ମୋଦୀ କହିଥିଲେ । ଭଲ ମ୍ୟାନେଜର ହେବାକୁ ହେଲେ ଦେଶରେ ରହିଥିବା ସମସ୍ୟାଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି କାରଣରୁ, ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ବ୍ୟାପକ ସୁଯୋଗ ରହିବା ଜରୁରି ଏବଂ ସେମାନେ କେବଳ ନିଜର ବିଶେଷଜ୍ଞତା ମଧ୍ୟରେ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷାନୀତିରେ ଏକ ବିସ୍ତୃତ, ବହୁବିଷୟକ ଏବଂ ସାମଗ୍ରିକ ଦୃଷ୍ଟିକୋଣ ନେଇ ସମୟ ସହ ବଦଳୁଥିବା ପେସାଦାର ଶିକ୍ଷା ବ୍ୟବସ୍ଥାରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   24-Aug-2026
  ଜିଲ୍ଲା  
ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   24-Aug-2026
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026

You Might Also Like