-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2024
ବିନିକା(ହିମାଂଶୁ ଶେଖର ପୁଟେଲ)ପବିତ୍ର ଜନ୍ମାଷ୍ଟମୀ ଅର୍ଥାତ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନ ବିନିକା ସହର ସମେତ ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି ।ଏହି ଅବସରରେ ନିର୍ଜଳା ଉପବାସ କରିଥିବା ଭଗବାନଙ୍କ ଭକ୍ତମାନେ ନିଜ ପୂଜା ସାମଗ୍ରୀ ଧରି ମନ୍ଦିର,କ୍ଲବ,ପାଠାଗାର ଆଦି ସ୍ଥାନ ମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଠାରୁ ପୃଥିବୀ ପୃଷ୍ଠରେ କରିଥିବା ଲୀଳା ସମ୍ପର୍କରେ ଭାଗବତ ମାଧ୍ୟମରେ ଅବଗତ ହୋଇଥିଲେ । ସେହିପରି ବିନିକା ଲୀଳା ଶାହାଜୀ ବିଦ୍ୟାମନ୍ଦିର ସ୍କୁଲରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ବିନିକା ସ୍ଥିତ ଲୀଳା ସାହାଜି ବିଦ୍ୟା ମନ୍ଦିର,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଶିଶୁ ବିକାଶ ସ୍କୁଲ,ଭବିଷ୍ୟତ ମିଡ଼ିୟମ,ସେଣ୍ଟ ଜାଭିୟର୍ସ ଆଦି ସ୍କୁଲ ମାନକରେ ଅଧ୍ୟୟନ ରତ ସମସ୍ତ ଛାତ୍ରମାନେ କୃଷ୍ଣ ବେଶରେ ଓ ଛାତ୍ରୀମାନେ ରାଧା ବେଶରେ ସଜ୍ଜିତ ହୋଇଥିଲେ ।ଭଗବାନ ଶ୍ରୀ କୃଷ୍ଣଙ୍କ ବାଲ୍ୟ ଲୀଳା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା