-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀରେ “ସମାଜ ଓ ସାମ୍ବାଦିକତା” ଶୀର୍ଷକ ଆଲୋଚନାଚକ୍ର ସାମ୍ବାଦିକ ଏକାଠିହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ-ତନୟା ପଟ୍ଟନାୟକ

26-Aug-2024



ବଲାଙ୍ଗୀର, (ପ୍ରେରଣା ଖବର): ସଂପ୍ରତି ଯାହା ଅବସ୍ଥା ଅଛି ସେଥିରେ ସାମ୍ବାଦିକ ସୁରକ୍ଷିତ ନୁହଁନ୍ତି କି ଗଣମାଧ୍ୟମ ମଧ୍ୟ ସୁରକ୍ଷିତ ନୁହେଁ । ସମସ୍ତ ସାମ୍ବାଦିକ ଏକାଠି ହେଲେ ଗଣମାଧ୍ୟମ ସୁରକ୍ଷିତ ରହିବ ବୋଲି ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ତଥା ମୁଖ୍ୟ ଆଲୋଚିକା ଭାବରେ ଯୋଗଦେଇ ସମ୍ବାଦ ଖବରକାଗଜ ଓ କନକ ନ୍ୟୁଜର ସଂପାଦକ ତନୟା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଏହା ସହିତ ସମାଜ ଓ ସାମ୍ବାଦିକତା ଉପରେ ନିଜର ମତରଖି କହିଛନ୍ତି ଯେ, ଜଣକ ଉପରେ ଆକ୍ରମଣ ହେଲେ ଅନ୍ୟଜଣେ ନୀରବ ରହିଛି। କେତେକ କ୍ଷେତ୍ରରେ ସାମ୍ବାଦିକ ଓ ସମାଜର କିଛିବର୍ଗର ଲୋକ ଚିନି ଓ ପାଣି ଭଳି ମିଶିଯାଉଛନ୍ତି। ତେଣୁ କେତେକ ଘଟଣାର ସମ୍ବାଦରେ ପ୍ରକୃତସତ୍ୟ  ଆସିପାରୁନାହିଁ। ସାମ୍ବାଦିକ ଓ ସମାଜର ସମ୍ପର୍କ ସବୁବେଳେ ତେଲ ଓ ପାଣି ଭଳି ସମ୍ପର୍କ ହେବା ଉଚିତ । ଉଭୟ ମିଶିଲେ ମଧ୍ୟ ଉଭୟଙ୍କ ଧର୍ମ ସବୁବେଳେ ଅଲଗା ରହିବା ଆବଶ୍ୟକ ବୋଲି ତନୟା ପଟ୍ଟନାୟକ କହିଛନ୍ତି । ସତ୍ୟନାରାୟଣ ବେହେରା ସ୍ମୃତି କମିଟିର ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ମନରଂଜନ ଯୋଷୀ ଯୋଗଦେଇଥିଲେ । ମନରଂଜନ କହିଥିଲେ ଯେ, କୌଣସି ସମ୍ବାଦ ପରିବେଷଣ ପରେ ସମାଜର ବିଭିନ୍ନ ବର୍ଗର ଲୋକେ ଯେତେବେଳେ ପ୍ରତିକ୍ରୀୟାଶୀଳ ହେବେ ସେତେବେଳେ ସେହି ସମ୍ବାଦର ପ୍ରଭାବ ବଢିଯାଇଥାଏ। ତେଣୁ ସମାଜର ସମସ୍ୟା ସମାଧାନ ପାଇଁ ସାମାଜିକ ସଂଗଠ,ବ୍ୟକ୍ତିବିଶେଷ ପ୍ରତିକ୍ରୀୟା ଦେଖାଇବାର ଆବଶ୍ୟକତା ଅଛି ବୋଲି କହିଥିଲେ। ସ୍ୱର୍ଗତ ସତ୍ୟନାରାୟଣ ବେହେରା ଜଣେ ନିର୍ଭିକ ସାମ୍ବାଦିକ ଥିଲେ ଓ ସେ ଦୀର୍ଘ ୬୦ବର୍ଷ ଧରି କେବଳ ସାମ୍ବାଦିକତା କରିଥିଲେ । ରାଜ୍ୟର ବିଶିଷ୍ଟବ୍ୟକ୍ତି ଯଥା ସ୍ୱର୍ଗତ ରାଜେନ୍ଦ୍ରନାରାୟଣ ସିଂଦେଓ, ଡ.ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଜାନକିବଲ୍ଲଭ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କ ସହିତ ତାଙ୍କର ଘନିଷ୍ଠତା ରହିଥିଲା। ସାମ୍ବାଦିକତାକୁ ସେ ସେବା ଭାବରେ ନେଇଥିଲେ। ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ସାମ୍ବାଦିକତା କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ ରହିଥିଲା ବୋଲି ସମ୍ମାନୀତ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ। ସମାଜରେ ନୈତିକ ସ୍ଖଳନ ହେଉଛି ତେଣୁ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି କବି ଭାଗିରଥି ମିଶ୍ର କହିଥିଲେ। ସେହିପରି ଡ.ମଞ୍ଜୁବାଳା ପଣ୍ଡା ସମ୍ବାଦ ପରିବେଷଣରେ ଭିନ୍ନତା ରହୁଛି। ତଥାପି ଛୋଟ ଛୋଟ ଘଟଣା ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ପ୍ରୟାସକୁ ପ୍ରଶଂସା କରିଥିଲେ। ସମାଜସେବୀ ବିଙ୍ଗହ୍ୟୁମେନ ଫାଉଣ୍ଡେସନର ପ୍ରତିଷ୍ଠାତା ସୋମନାଥ ମିଶ୍ର ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ପ୍ରେରଣାରେ ହିଁ ଯୁବକମାନେ ଆଜି ସମାଜ ସେବାକୁ ଆଗକୁ ନେଉଛନ୍ତି ବୋଲି ମତ ଦେଇଥିଲେ। ସ୍ୱର୍ଗତ ବେହେରାଙ୍କ ପୁତ୍ର ସୁଧାକର ବେହେରା ସ୍ମୃତିଚାରଣ କରିଥିବା ବେଳେ ସାଇଶ୍ରୀରାମ ମିଶ୍ର ବେଦପାଠ କରିଥିଲେ । କମିଟିର ସଂପାଦକ ଶରତ କୁମାର ମହାକୁର ମଞ୍ଚାସୀନ ଥିଲେ। ଏହି ଅବସରରେ ତନୟା ପଟ୍ଟନାୟକଙ୍କୁ ସତ୍ୟନାରାୟଣ ବେହେରା ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା। ଡ.ଜ୍ୟୋତି ପାଣିଗ୍ରାହୀ, ଡ.ମଞୁବାଳା ପଣ୍ଡା, ସରସ୍ୱତୀ ନନ୍ଦ, ସାଗରିକା ଗୁରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିବା ବେଳେ ପରିବେଶ ସୁରକ୍ଷା ପାଇଁ କାମକରୁଥିବାରୁ “ପୁନଶ୍ଚ ପୃଥିବୀ” ନାମକ ଏକ ମଡେଲ  ଉପହାର ଆକାରରେ ହରିନାରାୟଣ ପୂଜାହାରୀ, ଡ.ଶ୍ରୀକର ମିଶ୍ର ଓ କବି ଭାଗିରଥି ମିଶ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ତଥା କବି ଆନନ୍ଦଚନ୍ଦ୍ର ସାହୁ ମାନପତ୍ର ପାଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ.ବେଣୁଧର ପାଣ୍ଡେ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ, ବରିଷ୍ଠ ସାମ୍ବାଦିକ ସୁଭାଷ ପଣ୍ଡା, ଗୋପବନ୍ଧୁ ଶତପଥି, ଶରତ ମିଶ୍ର, ସତ୍ୟସୁନ୍ଦର ଭଞ୍ଜ, ବିଶ୍ୱଜିତ ଦାସ, ସୁନିଳ ମହାନ୍ତି, ସନ୍ଦିପକୁମାର କୁଅଁର, ବୀରେନ୍ଦ୍ର ଝାଙ୍କର, ତରୁଣ ସାହୁ, ଅରୁଣ ମିଶ୍ର, ଅଞ୍ଜନ ପଧାନ, ବାରଣ ଭୁୟାଁ, ରିତୁରାଜ ସିଂ, କିଶୋର ସା, ଶେଷଦେବ ମେର୍ଲିଙ୍କ ସମେତ ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ବରିଷ୍ଠନାଗରିକ ମଞ୍ଚର ପ୍ରଭାକର ମିଶ୍ର,ଗୌରଚନ୍ଦ୍ର ପୁରୋହିତ, ପ୍ରଦୀପ ମହାନ୍ତି, ବିପ୍ଲବ ସାହୁ, କବି ରତ୍ନମୟ ତ୍ରୀପାଠୀ, ଅର୍ଜୁନ ସାହୁ, ଡ.ସିଦ୍ଧେଶ୍ୱର ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like