-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||     

HOME   ଜିଲ୍ଲା

ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ ଟୁର୍ଣ୍ଣାମେଣ୍ଟ ବରଗଡରେ ଆସନ୍ତା ୨୩ ତାରିଖ ବରଗଡ,ସୋହେଲା ଓ କଦଳୀପାଲି ତିନିଟି ଜୋନରେ ବିଭକ୍ତ

21-Aug-2024



ବରଗଡ(ନିରଞ୍ଜନ ତ୍ରିପାଠୀ)-ଆସନ୍ତା ୨୩ ତାରିଖରୁ ବରଗଡ ଜିଲ୍ଲା ରେ ଆରମ୍ଭ ହେବାକୁ ଯାଉଛି ଆନ୍ତଃ ଜିଲ୍ଲା 
 ମହିଳା ପି ସି ବେହେରା ଫୁଟବଲ ଟୁର୍ନାମେଣ୍ଟ - ୨୦୨୪ । ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ଜିଲ୍ଲା କ୍ରୀଡା ସଂସଦ ବରଗଡର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟଟି ଆସନ୍ତା ୨୩.୦୮.୨୦୨୪ ତାରିଖରୁ ଆରମ୍ଭ ହୋଇ ୦୧.୦୯.୨୦୨୪  ରେ ଫାଇନାଲ୍ ଖେଳ ସହିତ ଶେଷ ହେବ । ଚାରୋଟି ଜୋନ ସହିତ ତିନୋଟି ସ୍ଥାନରେ ଏହା ଖେଳାଯିବ । ତନ୍ମଧ୍ୟରୁ ବରଗଡରେ ଦୁଇଟି ଜୋନ୍ ରେ ଖେଳ ଆୟୋଜନ ହେବ ଏବଂ ଏହା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ, ସୋହେଲାରେ ଗୋଟିଏ ଜୋନ୍ ଯାହାକି ସୋହେଲା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ଏବଂ ସୋହେଲା ଏଥେଲେଟିକ ଏସୋସିଏସନ ସହ-ହୋଷ୍ଟ ଭାବରେ ଆୟୋଜିତ କରିବ  ଏବଂ କଦଲିପାଲିରେ ଗୋଟିଏ ଜୋନ୍ ଖେଳାଯିବ ଯାହାକି ଆନନ୍ଦ ଫୁଟବଲ ଗ୍ରାଉଣ୍ଡରେ ଏବଂ ଆଥଲେଟିକ୍ ଆସୋସିଏସନ୍, କଦଲିପାଲି ଦ୍ୱାରା ସହ-ହୋଷ୍ଟ ଭାବରେ ଏହା ଆୟୋଜିତ ହେବ । ବରଗଡ ଷ୍ଟାଡିୟମ ରେ ୧୧ ଟି ଦଳ ଯଥା (ଜୋନ୍ -୧-  ଖୋର୍ଦ୍ଧା , ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଭଦ୍ରକ, କଟକ), (ଜୋନ୍ ୨- ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ସୁନ୍ଦରଗଡ- ବି) ଦଳ ଗୁଡିକ ୧୦ ଟି ମ୍ୟାଚ୍ ଖେଳିବେ । ସୋହେଲା ଜୋନ ଠାରେ ୬ ଟି ଟିମ୍ ଯଥା (ସୁନ୍ଦରଗଡ- ଏ, ଓଡିଶା ପୋଲିସ୍, ଜଗତସିଂପୁର, ଦେଓଗଡ, ନବରଙ୍ଗପୁର, ମୟୂରଭଞ୍ଜ) ଦଳ ଗୁଡିକ ୫ ଟି ମ୍ୟାଚ୍ ଖେଳିବେ । ସେହିପରି କଦଲିପାଲି ଠାରେ ୫ ଟି ଦଳ ଯଥା (ପୁରୀ, ବରଗଡ, ବଲାଙ୍ଗୀର, କେନ୍ଦୁଝର ,ଭୁବନେଶ୍ୱର) ଆଦି ୪ ଟି ଦଳ ମ୍ୟାଚ ଖେଳିବେ । ଆସନ୍ତା  ୩୦/୦୮/୨୦୨୪ ତାରିଖ ରେ ପ୍ରତିଯୋଗିତା ର ଦୁଇଟି ଯାକ ସେମି ଫାଇନାଲ୍  ଆୟୋଜିତ ହେବ ଏବଂ ୦୧/୦୯/୨୦୨୪  ତାରିଖ ଦିନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ପାଇଁ ଖେଳାଳିଙ୍କ ରହଣି ବରଗଡରେ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ, ଗୌରୀ କଲ୍ୟାଣ ମଣ୍ଡପ, ସୋହେଲା ଏବଂ କେ ଡି ଭବନ, କଦଲିପାଲିରେ ବ୍ୟବସ୍ଥା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ  ଅଫିସିଆଲ୍ ହେବାକୁ ମୋଟ ୨୧ ମ୍ୟାଚ ରେଫରି ଅଛନ୍ତି ।  ଏହା ବ୍ୟତୀତ ପ୍ରତ୍ୟେକ ପଡିଆ ପାଇଁ ଜଣେ ଲେଖାଏଁ ଏଭଳି ତିନି ଜଣ ମ୍ୟାଚ କମିଶନର ରହିବେ। ରେଫରି ମାନଙ୍କର ସମୀକରଣ ହେଉଛି ୧୧ (ବରଗଡ) / ୫ (ସୋହେଲା) / ୫ (କଦଲିପାଲି) | ସମସ୍ତେ ଫୁଟବଲ ଏସୋସିଏସନ ଅଫ ଓଡ଼ିଶା କ୍ୱାଲିଫାଏଡ୍ ଏଲିଟ୍ ପ୍ୟାନେଲ୍ ରେଫରି ଏବଂ ୨୧ ଜଣ ରୁ, ୧୫ ଜଣ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ । ଏହି ଟୁର୍ଣ୍ଣାମେଣ୍ଟରେ  ଫୁଟବଲ ଏସୋସିଏସନ ଅଫ ଓଡ଼ିଶାର ରେଫରି ମାନଙ୍କ ମୁଖ୍ୟ ଦୁର୍ଗା ମାଧବ ନାୟକ ଉପସ୍ଥିତ ରହିବେ ଓ ତାଙ୍କ ତତ୍ବାବଧାନ ରେ ଅଫିସିଆଲ୍ ମାନେ ମ୍ୟାଚ ପରିଚାଳନା କରିବେ । ବରଗଡରେ ମ୍ୟାଚ ସମୟ ପ୍ରଥମ ମ୍ୟାଚ୍ ଅପରାହ୍ନ ୨ ଘଣ୍ଟା  ଏବଂ ଦ୍ଵିତୀୟ ମ୍ୟାଚ୍ ଅପରାହ୍ନ ଘ୩.୩୦ ମି  ଏବଂ ସେହିପରି ସୋହେଲା ଓ କଦଳିପାଲି ରେ ଅପରାହ୍ନ ଘ ୩.୩୦ ମି  ରେ ଆୟୋଜିତ ହେବ ବୋଲି ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ କୁ କ୍ରୀଡା ସଂସଦ ଉପ ସଭାପତି ଯୁଗଳ ପ୍ରସାଦ ସିଂ, ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର , ଇଣ୍ଡୋର୍ ଗେମ୍ସ ସମ୍ପାଦକ ତଥା ଫାଓ ର ଉପ - ସଭାପତି ରବି ପଣ୍ଡା ପ୍ରମୁଖ ସମ୍ବୋଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଯୁଗ୍ମ ସମ୍ପାଦକ ତୁଷାରକାନ୍ତି ମିଶ୍ର, କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, କାଉନସିଲ ସଦସ୍ୟ ମହେନ୍ଦ୍ର ଦାଶ , ପ୍ରଦୀପ ସାହୁ,କ୍ରୀଡା ଶିକ୍ଷକ ତଥା ରେଫରୀ ସଚ୍ଚିଦାନନ୍ଦ ପଣ୍ଡା, ନିରଞ୍ଜନ ମହାକୁଡ, କଦଳୀପାଲି ଜୋନରୁ ପ୍ରାକ୍ତନ ଫୁଟବଲ ଖେଳାଳୀ କ୍ଷୀତିପତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026

You Might Also Like