-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ଠାରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ଥିକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ ଜୀବନରେ ଏହାର ଯଥେଷ୍ଟ ଭୂମିକା ରହିଛି ବୋଲି ମନ୍ତବ୍ୟ ରଖିଥିଲେ।ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଏମ. କମ. ବିଭାଗର (ଡିଷ୍ଟାନ୍ସ ଓ ଅନଲା ଇନ )ଏସିଷ୍ଟାଣ୍ଟ ପ୍ରଫେସର ଡ. ଗୋପାଳ ଭୁଆ ଯୋଗଦେଇ ପିପିଟି ମାଧ୍ୟମରେ "ବାଣିଜ୍ୟ ଶିକ୍ଷା ଓ ବୃତ୍ତି ସୁଯୋଗ "ସନ୍ଧର୍ଭ ଉପସ୍ଥାପନା କରି ଭବିଷ୍ୟତରେ ଗବେଷଣା ପ୍ରତି ଆଗ୍ରହ ରଖିବା ନେଇ ଉତ୍ସାହିତ କରିଥିଲେ। ବିଭାଗ ମୁଖ୍ୟ ନବକୃଷ୍ଣ ମିଶ୍ର ଅତିଥି ପରିଚୟ କରିବା ସହ ବାଣିଜ୍ୟ ଶିକ୍ଷା ଉପରେ ଆଲୋକପତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପସା ଚନ୍ଦ୍ରକାର ଓ ଜଗବନ୍ଧୁ ସୁରୁଜାଲଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅଧ୍ୟାପକ ବ୍ରଜ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।