-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
ବରଗଡ଼/ଭୁକ୍ତା:(ନିରଞ୍ଜନ ତ୍ରିପାଠୀ)-ମହାତ୍ମା ଗାନ୍ଧୀ ଜୁନିଅର ମହାବିଦ୍ୟାଳୟ ଭୁକ୍ତା ର ୪୦ ବର୍ଷ ପୂର୍ତ୍ତି ଅବସରରେ ୪୦ ତମ ପ୍ରତଷ୍ଠା ଦିବସ ପାଳନ କରାଯାଇଛି।ଏହି ଅବସର ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଧ୍ରୁବ ଚରଣ ସା ପ୍ରାରମ୍ଭିକ ପର୍ଯ୍ୟାୟରେ ରେ ମହାବିଦ୍ୟାଳୟ ପରିସର ରେ ଥିବା ଗାନ୍ଧୀ ପ୍ରତିମର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସର ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ସା ମହାବିଦ୍ୟାଳୟ ପ୍ରତିଷ୍ଠାତା ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କ ଅବଦାନ ତା ସହିତ ଦିର୍ଘ୍ୟ ୪୦ ବର୍ଷ ରେ ଜଡିତ ଥିବା ବିଭିନ୍ନ ସମସ୍ୟା,ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ କିଶନ କୁମାର ଅଗ୍ରୱାଲ,ଆର ଏନ ଭୋଇ,ଜୟନ୍ତ ବାରିକ ନିଜ ଅନୁଭୁତି,ଅତୀତ ଓ ବର୍ତ୍ତମାନର ର ବିକାଶ ତା ଭବିଷ୍ୟତ ଉପରେ ନିଜର ଆଶା ଓ ବିଶ୍ୱାସ ଉପରେ ମତ ରଖି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଅଧ୍ୟାପକ ପ୍ରଶାନ୍ତ ସାହୁ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଚିନ୍ମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ କର୍ମଚାରୀ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।