-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
ତୁଷୁରା (ପଞ୍ଚାନନ ନାଏକ) ମାରୱାଡି ସମାଜ ସବୁ ସମୟରେ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରିଛି । ମୁଁ କେବେ ଭାବି ନଥିଲି ମୁଁ ରାଜନୀତିରେ ଆସିବି, ଅଞ୍ଚଳବାସୀର ଆଶିର୍ବାଦରେ ମୁଁ ଜିତିଛି। ଏ ଅଞ୍ଚଳ ବିକାଶ ଉପରେ ସବୁବେଳେ କାମ କରିବି ବେଳି ରବିବାର ତୁଷୁରା ସହର ସ୍ଥିତ କେଡିଆ ଭବନଠାରେ ରବିବାର ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀର ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ ଜୈନ ମତ ପ୍ରକାଶ କରିଥିଲେ। ସ୍ଥାନୀୟ ସମ୍ମିଳନୀ ଅଧ୍ୟକ୍ଷ ଚନ୍ଦ୍ରଭାନ ଜୈନ ସଭାପତିତ୍ବ କରିଥିବା ବେଳେ ସମ୍ମିଳନୀର ପ୍ରାନ୍ତୀୟ ରାଜନୈତିକ ଚେତନା ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ଯ ଅତିଥିଙ୍କୁ ସ୍ବାଗତ କରିବା ସହ ରାଜନୀତିରେ କିଛି ଅଭିଜ୍ଞତା ନଥାଇ ବହୁ ସଘର୍ଷ କରି ଜନସମର୍ଥନ ପାଇଛନ୍ତି ସେନେଇ ମତ ପ୍ରକାଶ କରିଥିଲେ। ସମ୍ମିଳନୀ ବଲାଙ୍ଗୀର ମଣ୍ଡଳୀ ଉପସଭାପତି ଦୀନ ଦୟାଲ କେଡିଆ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ଯ ବକ୍ତା ଭାବେ ପୂର୍ବତନ ଯୁବା ମଞ୍ଚର ରାଷ୍ଟ୍ରିୟ ଉପାଧ୍ୟକ୍ଷ ରିଙ୍କୁ ଅଗ୍ରୱାଲ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ସମ୍ମିଳନୀର ରାଜ୍ୟ ସଭାପତି ଦୀନେଶ ଅଗ୍ରୱାଲ ଓ ସଂପାଦକ ସୁବାସ ଅଗ୍ରୱାଲ ଯୋଗଦେଇ ଥିଲେ। ସମ୍ମିଳନୀର ବଲାଙ୍ଗୀର ଶାଖା ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରିଷିଡା, ଦେଉଳଗୁଡି, ସଇଁତଲା,ବଲାଙ୍ଗୀର, ଗୁଡଭେଲା, ତରଭା ଆଦି ଗ୍ରାମରୁ ବହୁ ସମାଜର ଲୋମାନେ ଉପସ୍ଥିତ ଥିଲେ।