-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ରବିବାର ସକାଳ ୬ ଘଣ୍ଟା ରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସୋନପୁର ପଟାଭାଡ଼ି ଶ୍ରୀ ଲୋକନାଥ ଶୈବ ପୀଠ ଠାରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଶ୍ରାବଣ ମାସ ଅବସର ରେ କ୍ରମଶଃ ସୋନପୁର ମନମୁଣ୍ଡା ଉଭୟ ସହର ର ସବୁ ଶିବ ମନ୍ଦିର ଗୁଡିକ ରେ ସଫେଇ ଅଭିଯାନ କରାଯିବ ବୋଲି ସଙ୍ଗଠନ ର ସଭାପତି ଅଲିମୁଲ ଇସଲାମ ପ୍ରକାଶ କରିଛନ୍ତି l ସଫେଇ ଅଭିଯାନ ପରେ ପରେ କେରଳ ୱାୟlନାଡ ଠାରେ ଭୁଷ୍ପଲନ ଘଟଣା ରେ ପ୍ରାଣହାନି ଘଟିଥିବା ମୃତ ବ୍ୟକ୍ତି ଙ୍କ ଅମର ଆତ୍ମା ଶାନ୍ତି ସଦ୍ଗତି ପାଇଁ ସଙ୍ଗଠନ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଥିଲା l