-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
03-Aug-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ପରିସର ମଧ୍ୟରେ ଉନ୍ନୟନ କାର୍ଯ୍ୟ ନେଇ ନଗରପାଳ ଉଜ୍ଜଳ ଗୁପ୍ତା ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି। ବିଶେଷ ରୂପେ ସ୍କୁଲ ପରିସର କୁ ସ୍ୱଚ୍ଛ ଏବଂ ନିର୍ମଳ ପରିବେଶ ସୃଷ୍ଟି କରିବା ସହ ବିଦ୍ୟାର୍ଥୀଙ୍କୁ ଅତ୍ୟାଧୁନିକ ବ୍ୟବସ୍ଥା ଦ୍ବାରା ଶିକ୍ଷାଦାନ କରିବା ପାଇଁ ଆହ୍ବାନ କରିଛନ୍ତି। ଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ଷ୍ଟେଜ ଉପରେ ଛଉଣୀ, କରିବା ସହ ବିଦ୍ୟାର୍ଥୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମାଣ କରିବା ଉପରେ ପ୍ରତିଶୃତି ଦେଇଛନ୍ତି। ଏହି ତଦାରଖ ବେଳେ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ପରିଚାଳନା ସଦସ୍ୟ ତପନ ଦାସ, ଶିକ୍ଷକ ଶୀବନନ୍ଦନ ଅଗ୍ରୱାଲ, ଶୁଭଦୀପ ବିଶ୍ୱାସ, ସୁନିଲ କୁମାର ଭୋଇ, ଶଶାଙ୍କ କୁମାର, ରାକେଶ ମଲୋହତ୍ରା, ଯନ୍ତ୍ରୀ ଗୋପାଳ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।